ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ରିପୋର୍ଟ: ନିରୋଜ ପାଣି //
ବରଗଡ଼(୩।୧୨): ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି |

ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳ ଅଫିସକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି | ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି କୌଣସି ବଳାତ୍କାର, ହତ୍ୟା ଅଭିଯୁକ୍ତଙ୍କୁ ଅବିଳମ୍ବେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି | ସ୍ମାରକପତ୍ର ପ୍ରଦାନ ପରେ ପ୍ରତିନିଧି ଦଳ ମୁହଁରେ କଲା କନା ବାନ୍ଧି ଗାନ୍ଧୀଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସାମନାରେ ପ୍ରତିକାତ୍ମକ ଧାରଣା ଦେଇ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ନିନ୍ଦା କରି ଶ୍ଳୋଗାନ ଦେଇଥିଲେ |

Comments are closed.