Friday, March 29, 2024

Top 5 This Week

Related Posts

ଆମ୍ବୁଲାନ୍ସ କୁ ଧକ୍କା ଦେଲା ଟ୍ରକ୍ : ଜଣେ ରୋଗୀ ମୃତ, ୬ ଆହତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର/ଜଳେଶ୍ୱର, (୨୭/୧୨) : ଡାକ୍ତରଖାନରୁ ଡାଇଲେସିସ କରି ସମ୍ପର୍କୀୟଙ୍କ ସହ ଆମ୍ବୁଲାନ୍ସ ରେ ଘରକୁ ଫେରୁଥିଲେ । ଘରେ ପହଞ୍ଚି ପରିବାର ଲୋକଙ୍କୁ ଦେଖିବେ ବୋଲି ମନରେ ସ୍ୱପ୍ନ ଦେଖିଥିଲେ ।

ହେଲେ ତାଙ୍କର ଏହି ସ୍ୱପ୍ନ ଅଧାବାଟରେ ଚୁରମାର ହୋଇଗଲା । ଯେଉଁ ଆମ୍ବୁଲାନ୍ସ ରେ ଘରକୁ ଫେରୁଥିଲେ ବାଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌ ଆମ୍ବୂଲାନ୍ସକୁ ଧକ୍କା ଦେବାରୁ ନିଜର ଜୀବନ ଯିବା ସହ ୬ଜଣ ସମ୍ପର୍କୀୟ ମଧ୍ୟ ଆହତ ହୋଇଥିଲେ । ଏହି ସଡ଼କ ଦୁର୍ଘଟଣା ଘଟିଛି ବାଘଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଖୁସି ପ୍ଲାଜା ନିକଟରେ । ମୃତ ଆହତ ବ୍ୟକ୍ତିମାନେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି ।

ଭୁବନେଶ୍ୱର ଏମ୍ସ ହସପିଟାଲରୁ ଡାଇଲେସିସ କରି ଜଣେ ରୋଗୀଙ୍କ ସହ ୬ଜଣ ସମ୍ପର୍କୀୟ ଆମ୍ବୁଲାନ୍ସ ଯୋଗେ ପଶ୍ଚିମବଙ୍ଗ ଫେରୁଥିଲେ । ଆଜି ଭୋର ୫ଟା ସମୟରେ ଖୁସି ପ୍ଲାଜା ନିକଟରେ ଏକ ଟ୍ରକ୍‌ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ରୋଗୀଙ୍କ ସହ ୬ଜଣ ଆହତ ହୋଇଥିଲେ । ପୁଲିସ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଆମ୍ବୁଲାନ୍ସରେ ଗାଡ଼ି ଡ୍ରାଇଭର ସହ ୭ଜଣ ଥିଲେ । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି ।

Popular Articles