Friday, March 29, 2024

Top 5 This Week

Related Posts

ଶୁଲିଆ ଯାତ୍ରା : ରକ୍ତ ରଂଜିତ ହେଲା ଶୁଲିଆ ପୀଠ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୭/୧୨) : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁ’ରେ ଆଦିବାସୀଙ୍କ ଶୁଲିଆ ଯାତ୍ରା ପାଳିତ ହେଉଛି ।

ଏ ବର୍ଷ ମଧ୍ୟ ବଡ଼ଖଳା ଓ ସାନ ଖଳାରେ ପଶୁ ପକ୍ଷୀଙ୍କ ବଳି ଦିଆଯାଇଛି । ରକ୍ତରଂଜିତ ହୋଇଛି ବଡ଼ଖଳା ଓ ସାନ ଖଳା । ଆଗରୁ ପ୍ରଶାସନିକ କଟକଣା ରହୁଥିବାରୁ ପଶୁବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଆଦିବାସୀ ଓ ପୁଲିସ ପ୍ରଶାସନ । ଆଉ ସେଭଳି କିଛି କଟକଣା ନାହିଁ । ନିଶି ପୂଜା ପରେ ବଳି ପଡ଼ିଛି । ଖଇରଗୁଡ଼ାର ବଡ଼ ଖଳା ଏବଂ କୁମୁରିଆର ସାନ ଖଳାରେ ପଶୁ ପକ୍ଷୀ ବଳି ଦିଆଯାଇଛି । ଶୁଲିଆ ଯାତ୍ରା ରେ ଶାନ୍ତିଶୃଙ୍ଗଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ତିନି ପ୍ଲାଟୁନ ଫୋର୍ସ, ହୋମଗାର୍ଡ ମୁତୟନ କରାଯିବା ସହିତ ଓଡ୍ରାଫ୍ ଟିମ୍ ବି ରହିଛନ୍ତି ।

Popular Articles