Monday, October 26, 2020
Home District News ମାଓ ଅଂଚଳ ଚିପକୁରରେ ଅପରେସନ ଗ୍ରୀନ ଡାଇମଣ୍ଡ, ୯୨ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

ମାଓ ଅଂଚଳ ଚିପକୁରରେ ଅପରେସନ ଗ୍ରୀନ ଡାଇମଣ୍ଡ, ୯୨ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା(୦୩/୧୨): ଅପରେସନ ଗ୍ରୀନ ଡାଇମଣ୍ଡ ମାଧ୍ୟମରେ ଗଂଜେଇ ମୁକ୍ତ କରିବା ଉଦ୍ଧେଶ୍ୟରେ ଅଣ୍ଟା ଭିଡ଼ିଛନ୍ତି ସରକାର |

ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରୁଥିବା ବେଳେ ଆଜି ବୈପାରୀଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ମାଓ ଅଂଚଳ ଭାବେ ପରିଚିତ ଚିପକୁର ପଞ୍ଚାୟତରେ ଅପରେସନ ଗ୍ରୀନ ଡାଇମଣ୍ଡ ଦ୍ୱାରା ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି | ମାଜିଷ୍ଟେଟ ଭାବେ ବୈପାରୀଗୁଡା ତହସିଲଦାର ସଂଜୀବ କୁମାର ସାହୁଙ୍କ ଉପସ୍ଥିତରେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି |ଚିପକୁରର ଜବା ଗ୍ରାମର ୪୦ଏକର, ବଡ଼ଖାଦରା ଗାଁରେ ୧୮ଏକର ଓ ଗଲରିଗୁଡାରେ ୩୪ଏକର ବେଆଇନ ଭାବେ ମୋଟ ୯୨ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିବା ତହସିଲଦାର ସୂଚନା ଦେଇଛନ୍ତି | ବୈପାରୀଗୁଡା ବିଏସଏଫ ଓ ଏସଓଜି ଯବାନ, ବୈପାରୀଗୁଡା ପୋଲିସ, ବନବିଭାଗ, ରାଜସ୍ବ ବିଭାଗ, ସହ ବୈପାରୀଗୁଡା, ବୋରିଗୁମ୍ମା, ଜୟପୁର, କୋରାପୁଟର ଅବକାରୀ ବିଭାଗ, କର୍ମକର୍ତାମାନେ ଏହି ଅପରେସନ ଗ୍ରୀନ ଡାଇମଣ୍ଡ ସାମିଲ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

Comments are closed.

Most Popular

ହୃଦରୋଗରେ ପୀଡିତ ଗୁରୁତର ପିଲାର ଆକୁଳ ନିବେଦନ- ମୋତେ ବଞ୍ଚେଇ ଦିଅ, ବାପାଙ୍କ ଆଖି ନଷ୍ଟ, ମା ଓ ସାନ ପୁଅ ମାନସିକ ବିକାରଗ୍ରସ୍ତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୨୬/୧୦): "ଏ ମା, ମୋ ଗୋଡକୁ ଦବା ଭାରି କଷ୍ଟ ହେଉଛି" | ଏହି ବିକଳ ସ୍ୱର ହେଉଛି ଘର ଭିତରେ ଶଯ୍ୟାଶାୟୀ ୧୨ବର୍ଷର କୋମଳ ପିଲା...

ଗୁରୁକୁଳ ଅନଲାଇନ ଶିକ୍ଷା ପଦ୍ଧତିର ଭାରତ କାର୍ଯ୍ୟାଳୟର ଉଦଘାଟନ

ରିପୋର୍ଟ: ସତ୍ୟଜିତ ବାରିକ ଭୁବନେଶ୍ୱର ତା ୨୪.୧୦): ଆସନ୍ତା ରବିବାର ୨୫ ତାରିଖ ଦିନ ୧୧ଟା ବେଳେ ଏଠାକାର ଏନ - ୧/ ୧୧୫, ଆଇ. ଆର.ସି ଭିଲେଜ ନୟାପଲ୍ଲୀ ଠାରେ ଏସାର ସିଷ୍ଟମୄସ...

କେବଳ ବିଦ୍ଧି ରକ୍ଷା ପାଇଁ ଚାଲିଛି ମା’ଙ୍କ ପୂଜା, ନା ଅଛନ୍ତି ଭକ୍ତ,ନା ଅଛି ସାଜସଜ୍ଜା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୨୪/୧୦): କରୋନା ଛଡାଇ ନେଇଛି ଖୁସି।ଏ ବର୍ଷ ପାର୍ବଣ ଋତୁରେ ପିଲା ଠାରୁ ବୁଢା କିଏ ବି ପାର୍ବଣର ମଜା ଜାଣିପାରିଲେ ନାହିଁ। କୋଭିଡ-୧୯ କଟକଣା ନିୟମ...

ଯୁବତୀଙ୍କ ଅସ୍ମିଳ ଭିଡ଼ିଓ ଭାଇରଲ କରି ଯୁବକ ଗିରଫ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୪-୧୦): ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।...

Recent Comments

%d bloggers like this: