ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ସହ ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ

0
105
ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୧୨) : ସୋନପୁର ଛନଛାନ ଡୁଙ୍ଗୁରି ସ୍ଥିତ ଯୋଗେଶ୍ଵର ମନ୍ଦିର ଠାରେ ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ସହ ପାରିବାରିକ ବନ୍ଧୁମିଲନ ସଂଘର ସଭାପତି ଗୋରେଖନାଥ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 26 at 22.15.22 1 ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ସହ ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ସହ ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ସାହୁ ସମସ୍ତଙ୍କୁ ପାରିବାରିକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ରକ୍ଷା କରି ସଂଘ ର ସମୃଦ୍ଧ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ , ବେଣୁଧର ପ୍ରଧାନ, ଶେଷଦେବ ବାରିକ, ବିପ୍ର ଚରଣ ସାହୁ ପ୍ରମୁଖ ସାମ୍ବାଦିକମାନେ ନିଜସ୍ୱ ଶୈଳୀରେ ଅନୁସନ୍ଧାନମୂଳକ ସଂବାଦଗୁଡକ ଲୋକଲୋଚନକୁ ଆଣି କାହାରି ଗୋଡାଣିଆ ନ ହେବାକୁ କହିଥିଲେ । ଏକଦା ସଂଘ ନିଜସ୍ୱ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ କରି ସର୍ବତ୍ର ଲୋକଲୋଚନକୁ ଆସିଥିଲା । ମାତ୍ର ସଂପ୍ରତି ଏକତାବଦ୍ଧ ହରାଇଥିବାରୁ ସାଂସ୍କୃତିକ ଚେତନା ପ୍ରସାରଣରେ ଉଦାସୀନତା ଦେଖାଯାଇଛି ।

ସମସ୍ତେ ପରସ୍ପର ମଧ୍ୟରେ ସହଯୋଗ ଓ ସହଭାଗିତା ରଖି ମାଁ ମାଟିର ସମୃଦ୍ଧି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଆସନ୍ତା ଫେବୃୟାରୀ ମାସରେ ସଂଘର ରଜତ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅଗୋଟି ବ୍ଲକରୁ ସାମ୍ବାଦିକମାନେ ସପରିବାର ଯୋଗଦେଇଥିଲେ । ଛନଛାନ ଡୁଙ୍ଗୁରିର ପାହାଡ ଉପରେ ଥିବା ଯୋଗେଶ୍ଵର ମନ୍ଦିରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ପାଖାପାଖି ୪୦ଜଣ ସାମ୍ବାଦିକ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସମ୍ବାଦିକ ମାନଙ୍କ ପୁଅ ଝିଅ ମାନଙ୍କ ମଧ୍ୟରେ ନାଚ, ଗୀତ ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ତିନିଗୋଟି ବର୍ଗରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ନାଚରେ ସୁରନ୍ୟା ଦାସ, ଅଭିପ୍ସା ଶତପଥୀ , ଶ୍ରେୟା ଶ୍ରୀୟାସିଂ ସାହୁ ଓ ଅମନ ଅମ୍ଲାନ ସାହୁ ଶ୍ରେଷ୍ଠ ହୋଇଥିଲେ । ସେହିପରି ଗୀତରେ ଜ୍ୟୋର୍ତିମୟୀ ପୁଝାରୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ପରେ ପରେ ସଂଘର ସଭାପତି ଓ ସମ୍ପାଦକ ଏହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାମ୍ବାଦିକମାନେ ନିଜ ନିଜ ପରିବାର ସହିତ ଯୋଗଦେଇଥିବା ବେଳେ ନିଜ ନିଜ ଭିତରେ ଭାବ ବିନିମୟ କରିଥିଲେ ।

ପରେ ପରେ ସଂଘର ସମ୍ପାଦକ ବ୍ୟମୋକେଶ ଦାସ ରଜତ ଜୟନ୍ତୀ ପାଳନ ଓ ବନ୍ଧୁ ମିଳନ ଉପରେ ଆଲୋଚନା କରିଥିଲେ । ଆଗାମୀ ଜାନୁୟାରୀ ମାସରେ ପୁଣି ଥରେ ସାମ୍ବାଦିକମାନେ ମହାନଦୀରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯୋଗେଶ୍ଵର ମନ୍ଦିରରେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିବା ବେଳେ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ମେହେର, ସାଗର ଜେନା, କମଳ ରଞ୍ଜନ ପରିଚ୍ଛା, ଧ୍ରୁବରାଜ ମିଶ୍ର, ଧୀରେନ୍ଦ୍ର ଦାନୀ, ନିରଞ୍ଜନ ମିଶ୍ର, ଅରବିନ୍ଦ ପୁଝାରୀ, ଧରଣୀଧର ମିଶ୍ର,ସନ୍ତୋଷ କୁମାର ମିଶ୍ର, ମୃତ୍ୟୁଞ୍ଜୟ ଶତପଥୀ, ମନୋରଞ୍ଜନ ପାଣିଗ୍ରାହୀ, ଅରବିନ୍ଦ ମିଶ୍ର, ବାସୁଦେବ ପଣ୍ଡା, ନନ୍ଦକିଶୋର ମିଶ୍ର, ଉଗ୍ରସେନ କର୍ମୀ, ମହାଦେବ ମଲ୍ଲିକ, ମୁକେଶ ବଗର୍ତୀ, ରାଜ କୁମାର ମହାକୁର , ମାନଭଞ୍ଜନ ପୁଝାରୀ, ଧର୍ନୁଜୟ ଜୁଆଡି, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୋଶଳ ସାପ୍ତାହୀକ ପତ୍ରିକାର ସହ ସଂପାଦିକା ମୀନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।