ଚଇତି ଇଡତାଲ ୨୦୧୯ବୈଠକ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ //
ରାୟଗଡା(୦୩/୧୨): ଗୁଣୁପୁରରେ ଚଳିତ ବର୍ଷ ହେବାକୁ ଥିବା ଚଇତି “ଇଡ଼ିତାଲ-୨୦୧୯” କୁ ନେଇ ଉପଖଣ୍ଡ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଚାଲିଛି |

ଗୁଣୁପୁର ଉପଜିଲ୍ଲାପାଳ ତଥା ଇଡ଼ିତାଲର ଅଧକ୍ଷ୍ୟ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର, ଇଡ଼ିତାଲର ଆବାହକ ଡକ୍ତର ଚନ୍ଦ୍ରଧ୍ବଜ ପଣ୍ଡା, ପ୍ରକଳ୍ପ ପ୍ରସାଶକ ଗୋରାଚାନ୍ଦ ଗମାଙ୍ଗ, ସହକାରୀ ଜିଲ୍ଲାପାଳ ରୀନା ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାହୁ, ପ୍ରଦିପ ପାଢ଼ୀ, ରାଧାକୃଷ୍ଣ ପଟନାୟକ, ବିଜୟ ଗମାଙ୍ଗ, ରାମମୂର୍ତ୍ତ ଗମାଙ୍ଗ, ସସ୍ମିତା କୁମାରୀ ବାଉରୀ, ଦେବ ପ୍ରସାଦ ପାଢ଼ୀଙ୍କ ଘନ ଘନ ବୈଠକ ଅନୁଷ୍ଠିତ ହୋଇଛି | ଏହି ଅବସରରେ ମିନି ମାରାଥନ ବିକ୍ରମପୁର ଠାରୁ ଆରମ୍ଭ ହୋଇ ମିନି ଷ୍ଟାଡିଅମ ଯାଇ ହେବାକୁ ଥିବା ବେଳେ ଏହି ମିନି ମାରାଥନ ପାଇଁ ଗୁଣୁପୁର ଉପଖଣ୍ଡର ସମସ୍ତ ବ୍ଲକ ଅଧିକାରୀ, ପ୍ରିଣ୍ଟ ଓ ବୈଦୁତିକ ଗଣ ମାଧ୍ୟମର ପ୍ରତିନିଧି ଏବଂ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଖୋଦ ଗୁଣୁପୁର ଉପଜିଲ୍ଲାପାଳ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର | ଚଳିତ ମାସ ୨୦, ୨୧ଏବଂ ୨୨ତାରିଖ ଯାଏ ହେବାକୁ ଥିବା ଇଡ଼ିତାଲ ୨୦୧୯ରେ ବିଭିନ୍ନ ଆଦିବାସୀ କଳାକୃତି, ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଏବଂ ବହୁ ସିନେ ତାରକା ମଧ୍ୟ ଯୋଗଦେବେ ବୋଲି ଆବାହକ ଡକ୍ତର ଚନ୍ଦ୍ରଧ୍ବଜ ପଣ୍ଡା ସୂଚନା ଦେଇଛନ୍ତି |

Comments are closed.