ଶ୍ରୀ କୁରାଳ ପଞ୍ଚମୀ ପୂଜା ମହୋତ୍ସବ

ରିପୋର୍ଟ- ନିରୋଜ ପାଣୀ //
ପାଇକମାଳ(୦୨/୧୨): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ମାଣ୍ଡୋସିଲ ଗ୍ରାମଠାରେ ଧାରେଲ ଅଞ୍ଚଳ କୁମ୍ଭାର ସମାଜ କମିଟି ପକ୍ଷରୁ ଦୁଇ ଦିନ ଧରି ଶ୍ରୀ କୁରାଳ ପଞ୍ଚମୀ ପୂଜା ପାଳିତ ହୋଇଥିଲା ।

ଏହି ପୂଜାରେ କର୍ତ୍ତା ରୂପେ ଦୋନ୍ଦମଣି ରଣା ଓ ଧର୍ମପତ୍ନୀ ଗହଳ ରଣା ବସିଥିବା ବେଳେ ଧାରୋଲ ଗ୍ରାମ ପଣ୍ଡିତ ସୁବଳ ପଣ୍ଡା ପୌରୋହିତ୍ୟ ପୂଜା କାର୍ଯ୍ୟ ସମାପ୍ତି କରିଥିଲେ । ପ୍ରାୟ ୨୦୦ ମହିଳା ପୁରୁଷ କୁମ୍ଭାର ସମାଜର ଚକ୍ର ଚିହ୍ନ ଗ୍ରାମରେ ପରିଭ୍ରମଣ କରିଥିଲେ । ମାଣ୍ଡୋସିଲ ଗ୍ରାମ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ କୀର୍ତ୍ତନ ମଣ୍ଡଳୀ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଖୋଳ, ମୃଦଙ୍ଗ ସହିତ ଭଜନ କାର୍ଯ୍ୟକ୍ରମ କରି ପୂଜା ପରିବେଶକୁ ଅତ୍ୟନ୍ତ ଆକର୍ଷଣୀୟ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପୂଜା ସ୍ଥାନକୁ ପହଞ୍ଚି ଭଗବାନଙ୍କୁ ଦର୍ଶନ କରିଥିଲେ।ଉକ୍ତ ପୂଜାରେ ଅଞ୍ଚଳ କମିଟି ସଭାପତି ଗିରିଶ ଚନ୍ଦ୍ର ରଣା, ସୁକିନ୍ଦ ରଣା, ଶେଷ ଦେବ ରଣା ଆଦି ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.