ଜାମସେଠରେ କୁରାଳ ପଞ୍ଚମୀ ପୂଜା ମହୋତ୍ସବ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୦୨/୧୨): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ଜାମସେଠ ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଆଞ୍ଚଳିକ କୁରାଲ ସମାଜ ଜାମସେଠ ସର୍ଲକ ସଂଘ ସଭାପତି ସୁବାଷ ରଣା ସଂପାଦକ ମାଧବ ରଣା ସଂଘର ବରିଷ୍ଠ କର୍ମକର୍ତ୍ତା ଦିଲ୍ଲିପ ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଦିବସରେ ସକାଳେ କୁରାଲ ସମାଜର ମାଁ ଭଉଣୀ ମାନେ ଏକ କଳସ ଶୋଭାଯାତ୍ରା ବାହାରି ଅଙ୍ଗନଦୀ କୂଳରେ ପୂଜାର୍ଚ୍ଚନା କରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଦ୍ବିତୀୟ ଦିବସରେ କୁରାଳ ପୁରାଣ।ପାଠ ପରେ ହୋମ କାର୍ଯ୍ୟ ଆଦି ଅନୁଷ୍ଠିତ ହୋଇଥିଲା । ଉଗ୍ରସେନ ରଣା ଓ ଧର୍ମ ପତ୍ନୀ ସରୋଜିନୀ ରଣା କର୍ତ୍ତା ଦାୟିତ୍ବ ତୁଲାଇ ଥିବା ବେଳେ ପଣ୍ଡିତ ତରଣୀ ସେନ ଦାଶ ପୂଜା ବିଧି କରିଥିଲେ । ଆଜି ଅନ୍ତିମ ଦିବସରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଶେଷରେ ଜାମସେଠ ଗ୍ରାମର କୁରାଳ ସମାଜ ଭାଇ ମାନେ ସର୍ବ ସୁରେଶ ରଣା, ପ୍ରସନ୍ନ ରଣା, ମାନସିଂ ରଣା, ରବି ରଣା, ପ୍ରକାଶ ରଣା, ଟୁକୁ ରଣା, ରୋହିତ ରଣା, ପ୍ରବୀଶ ରଣା,ମହେନ୍ଦ୍ର ରଣା,ଅଖିଲ ରଣା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଆଜି ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave a Reply

This site uses Akismet to reduce spam. Learn how your comment data is processed.