ପଂଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୦୨/୧୨): ଗୁଡାରି ବ୍ଲକସ୍ଥ ପେଁଡିଲି ଗ୍ରାମପଂଚାୟତ କାର୍ଯ୍ୟାଳୟରେ ପଂଚାୟତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବିରର ଉଦ୍ଦେଶ୍ୟ କଣ ପୁଙ୍ଖାନୁପୁଙ୍ଖ ଭାବେ ଜନସୁଧାରଣାଙ୍କୁ ସୁଚାରୁରୂପେ ବୁଝେଇ ସଚେତନ କରିଥିଲେ |

ଏହି ଶିବିରରେ ସମସ୍ତ ବିଭାଗ ଅଧିକାରୀ ଯୋଗଦେଇଥିଲେ | ପେଁଡିଲି ସେବାଶ୍ରମ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଖାଇବା କିପରି ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସମସ୍ତ ଅଧିକାରୀ ପରିଦର୍ଶନ କରି ବୁଝିଥିଲେ | ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଅଭାବ, ବିଦ୍ୟାଳୟର ପାଇଖାନା, ପିଇବା ପାଣି ଇତ୍ୟାଦି ର ଅସୁବିଧା ଅଭିଯୋଗ ହୋଇଥିଲା | ମୁଖ୍ୟତଃ ୧୫୦ଜଣ ଛାତ୍ରଛାତ୍ରୀ ଙ୍କୁ ଦୁଇ ଜଣ ଶିକ୍ଷକ ରହି ଶିକ୍ଷାଦାନ କୁ ସମ୍ଭାଳିବା କଷ୍ଟକର ବୋଲି ଅଭିଯୋଗ ହୋଇଥିଲା | ଗ୍ରାମାଞ୍ଚଳ ର ରାସ୍ତା, ରେସନ କାର୍ଡ ପାଇଥିବା ଜନସାଧାରଣଙ୍କ ଚାଉଳ କିରୋସିନି ଇତ୍ୟାଦି ଯୋଗାଇବା ଆବାସ ଗୃହ ଇତ୍ୟାଦି ସରକାରଙ୍କ ଯୋଜନା ଉପରେ ଅଭିଯୋଗ ବୟାନ ଦେଇଥିଲେ | ଆଜି ସାମାନ୍ୟ ବର୍ଷା ଯୋଗୁଁ ଲୋକଙ୍କ ଉପସ୍ଥାନ କମ ଥିଲା | ଏହି ଶିବିରରେ ଅନେକ ଲୋକଙ୍କ ସମସ୍ୟା ସମାଧାନ କରାଯାଇଥିଲା |

Leave a Reply

This site uses Akismet to reduce spam. Learn how your comment data is processed.