Friday, March 29, 2024

Top 5 This Week

Related Posts

ଟ୍ରାଫିକ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ରାତାରାତି ବିଧାୟିକା ମରାମତି କଲେ ସଡକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୨୬/୧୨) : ଟିଟିଲାଗଡ ସହର ରେ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ନିଜେ ଦାୟିତ୍ୱ ରେ ରହିଥିବାବେଳେ ଏପରିକି ଅଞ୍ଚଳରେ ଟ୍ରାଫିକ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।WhatsApp Image 2022 12 26 at 18.10.35 ଟ୍ରାଫିକ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ରାତାରାତି ବିଧାୟିକା ମରାମତି କଲେ ସଡକ

ଏପରିକି ପରିବହନ ମନ୍ତ୍ରୀ ଦାୟିତ୍ୱ ରେ ଥିବା ସତ୍ତ୍ୱେ ଏକ ସ୍ଥାୟୀ ବସଷ୍ଟାଣ୍ଡ ଅବା ସିଧା ସଳଖ ବସ ବ୍ୟବସ୍ଥା ନାହିଁ । ଏପରିକି ଦୀର୍ଘ ଦିନ ଧରି ସହର ର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ସାଧାରଣ ହୋଇ ଆସିବା ସାର ହେଉଛି । ସହର ର ରାସ୍ତା, ଘାଟ ଅବସ୍ଥା ନ କହିବା ଭଲ । ପ୍ରକାଶ ଯେ,ଇତି ମଧ୍ୟରେ ଟିଟଲାଗଡ ବି ଆର ସି ବିଲଡିଂ ପରିସର ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବା ଓ ସେ ମୁଖ୍ୟ ଅତିଥି ରୂପେ ଯୋଗଦେବା ଜାଣି ତୁରନ୍ତ ସହର ର ଦୁଇ ମୁଖ୍ୟ ସଡକ ରେ ରାତା, ରାତି କେବଳ ସାମାନ୍ୟ ପିଚୁ ଢାଳି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ସ୍ଥାନୀୟ ଉପଜିଲ୍ଲାପାଳ ପଦବୀ ଖାଲି ପଡ଼ିଥିବା ଓ ପୌରପରିଷଦ ର ସମସ୍ତ କାଉନସିଲର ଓ ନଗରପାଳ ଙ୍କ ବିଜେପି, ବିଜେଡ଼ି ରାଜ ନୈତିକ କନ୍ଦଳ ଯୋଗୁଁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହେବା ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସାଧାରଣ ଟ୍ରାଫିକ ବ୍ୟବସ୍ଥା ଓ ରାସ୍ତା, ଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା ନେଇ ପ୍ରବଳ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବିଶେଷ କରି ସହର ର ହାଟପଦା ସ୍ଥିତ ରେଳ ଫାଟକ ବନ୍ଦ କରି ଦିଆଯାଇ ଥିବା ଯୋଗୁଁ ଗମନା,ଗମନ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ଏପରିକି ଉକ୍ତ ହାଟପଦା ସାପ୍ତାହିକ ଓ ଦୈନିକ ବଜାର କୁ ଦୁର, ଦୂରାନ୍ତ ରୁ ଆସୁଥିବା ବ୍ୟବସାୟୀ ଓ ସାଧାରଣ ନ ଆସିବା ଯୋଗୁଁ ପୌର ପରିଷଦର ରାଜସ୍ୱ ହାନି ସହ ଦୋକାନୀ ଙ୍କ ଚଲିବା ଦୁର୍ବିସହ ହୋଇ ପଡ଼ିଛି ।

ଇତି ମଧ୍ୟର ଉକ୍ତ ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ହାଟପଦା ଦେଇ ଟିଟଲାଗଡ ଡାକ୍ତର ଖାନା ଯାଉଥିବା ଜଣେ ପ୍ରସୂତୀ ମହିଳା ଏକ ଅଟୋ ରେ ଶିଶୁ ଜନ୍ମ କରି ଗୁରୁତର ହୋଇ ପଡ଼ିଥିଲେ । ସେହିପରି ବର୍ତ୍ତମାନ୍ ଉକ୍ତ ବଜାର ପାଇଁ ଗମନା,ଗମନ ବ୍ୟବସ୍ଥା ସହ ଦ୍ରୁତଗାମୀ ବସ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲା ଜନସେବା ସି ବି ଓ ସଭାପତି ଲମ୍ବୁଧର ଛତ୍ରିଆ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆବଶ୍ୟକ ହେଲେ ଆନ୍ଦୋଳନ କରିବା ପ୍ରକାଶ କରିଛନ୍ତି ।

Popular Articles