ରାଇସ ମିଲ ରେ ଶ୍ରମିକ ଙ୍କ ଶୋଚନୀୟ ମୃତ୍ୟୁ

0
94
ମୃତ୍ୟୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୨୬/୧୨) : ଟିଟିଲାଗଡ଼ ଥାନା ଅର୍ନ୍ତଗତ ରିଗଡୁଲସ୍ଥିତ ସାଲେଶ୍ୱର ରାଇସ୍ ମିଲ୍‌ରେ ମେସିନ୍ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ହେଲେ ମେଟ ମାଝୀ (୫୫) । ମିଳିଥିବା ରିପୋର୍ଟ ମୁତାବକ, ମେଟ ରାଇସ୍ ମିଲରେ କାମ କରୁଥିବାବେଳେ ସେ ପିନ୍ଧିଥିବା ଚାଦର ମେସିନରେ ଲାଗିଯାଇ ତାଙ୍କ ଶରୀରକୁ ଟାଣି ନେଇଥିଲା । ମେଟଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇ ଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।