Thursday, October 1, 2020
Home District News ଜି.ଉଦୟଗିରିରେ ଟ୍ରାଫିକ ଧରପଗଡ ଜୋରଦାର

ଜି.ଉଦୟଗିରିରେ ଟ୍ରାଫିକ ଧରପଗଡ ଜୋରଦାର

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି(୦୨/୧୨): ମୋଟର ଯାନ ଆଇନ ଅନୁଯାୟୀ ଡିସେମ୍ବର ମାସ ଆରମ୍ଭରୁ ହିଁ ଜି.ଉଦୟଗିରିରେ ଟ୍ରାଫିକ ନିୟମ କଡାକଡି କରିଯାଇଛି ।

ଗାଡି କାଗଜପତ୍ର,ପଲ୍ୟୁସନ ପ୍ରମାଣପତ୍ର ଓ ଡ୍ରାଇଭିଂ ପ୍ରମାଣପତ୍ର ବ୍ୟତିତ ହେଲମେଟ ନ ପିନ୍ଧି ଗାଡି ଚଲାଇବା, ମଦ ପିଇ ଗାଡି ଚଲାଇବା, ଚାରି ଚକିଆ ଯାନ ଚାଳକ ସିଟ୍ ବେଲ୍ଟ ନ ବାନ୍ଧିବା, ଦୁଇ ଚକିଆ ଯାନରେ ତିନି ଜଣ ବସିବା ଆଦି ଟ୍ରାଫିକ ନିୟମ ଉଲଙ୍ଘନକାରି ଚାଳକଙ୍କୁ ଧରିବା ପାଇଁ ଧରପଗଡ ଅଭିଯାନ ଗତକାଲି (୦୧.୧୨.୧୯) ଠାରୁ ଜୋରଦାର କରାଯାଇଛି । ୦୧.୧୨.୧୯ ତାରିଖ ଦିନ ଜି.ଉଦୟଗିରି ପୋଲିସ ସହରର ବିଭିନ୍ନ ଜାଗାରେ ଗାଡି ଯାଞ୍ଚ କରି ଟ୍ରାଫିକ ନିୟମ ଉଲଙ୍ଘନକାରିଙ୍କୁ ଅଟକାଇ ସେମାନଙ୍କଠାରୁ ୨୨୫୦୦ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଜଣେ ମଦ୍ୟପ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଧିରଜ ଲେଙ୍କା ସୂଚନା ଦେଇଛନ୍ତି । ଏହାବାଦ ଗତ ୩୦.୧୧ ୧୯ ତାରିଖ ଗାଡି ଯାଞ୍ଚରେ ମଧ୍ୟ ୪ଜଣ ମଦ୍ୟପ ଚାଳକଙ୍କୁ ଗିରଫ ହୋଇକୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଲେଙ୍କା ସୁଚନା ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ...

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ...

ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” କାର୍ଯ୍ୟକ୍ରମର ଶୁଭାରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡ/କାଶିପୁର (୨୯/୦୯): ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍‌ଏଫ୍‌)...

ଲାଞ୍ଚ ନେବା ମହଙ୍ଗା ପଡିଲା : ଧରାପଡିଲେ କିରାଣୀ ପ୍ରକାଶ ସାହୁ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡା (୨୯/୦୯): ଭିଜିଲାନ୍ସ ଜାଲରେ ଫସିଲେ କିରାଣି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ...

Recent Comments

%d bloggers like this: