Friday, March 29, 2024

Top 5 This Week

Related Posts

JCI ବଲାଙ୍ଗୀର ସିଟିର ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ରିପୋର୍ଟ : ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର, (୨୬/୧୨) : ୨୫ ଡ଼ିସେମ୍ବର ୨୦୨୨- ଆନ୍ତର୍ଜାତୀୟ ସାମାଜିକ ସଂଗଠନ JCI ବାଲାଙ୍ଗୀର ସିଟି ର ସଭାପତି ଜେସି ସୃଷ୍ଟି ଅଗ୍ରୱାଲଙ୍କ ନେତୃତ୍ୱରେ ହୋଟେଲ ସାଇ ପ୍ୟାଲେସରେ ଦୁଇ ଦିନିଆ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବ୍ୟକ୍ତିତ୍ୱର ବିକାଶ ଏବଂ ନେତୃତ୍ୱ ବିକାଶରେ ଯୋଗାଯୋଗ ଦକ୍ଷତା ଏବଂ ବିସ୍ତାରର ଏକ ବିଶେଷ ଗୁରୁତ୍ୱ ରହିଛି । JCI ହେଉଛି ଏକ ଆନ୍ତର୍ଜାତୀୟ ବ୍ୟକ୍ତିତ୍ୱ ବିକାଶ, ନେତୃତ୍ୱ ବିକାଶ ସଂଗଠନ । ଯାହା ୧୨୫ ରୁ ଅଧିକ ଦେଶରେ ୧୦୦ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଛି । ଜଣେ ପ୍ରଭାବଶାଳୀ ବକ୍ତା ତଥା ପ୍ରଶିକ୍ଷକ ଭାବରେ ଆନ୍ତର୍ଜାତୀୟ ଫୋରମରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣାଶୁଣା JCI ପ୍ରଶିକ୍ଷକ ରବିନ୍ଦ୍ର ମିସାଲ (ନାଗପୁର, ମହାରାଷ୍ଟ୍ର) ଏହି କର୍ମଶାଳାର ମୁଖ୍ୟ ପ୍ରଶିକ୍ଷକ,ବକ୍ତା ତଥା ମାର୍ଗଦର୍ଶକ ଥିଲେ ।

JCIର ଏହି ୨ ଦିନିଆ କର୍ମଶାଳାରେ ଅଂଶଗ୍ରହଣକାରୀ ମାନଙ୍କୁ ଜଣେ ପ୍ରଭାବଶାଳୀ ବକ୍ତା ସହିତ ବ୍ୟକ୍ତିତ୍ୱର ସକରାତ୍ମକ ପରିବର୍ତ୍ତନ ବିଷୟରେ ଜ୍ଞାନ ଏବଂ ତାଲିମ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ସଦସ୍ୟ ପଞ୍ଜୀକୃତ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ସେମାଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଇଥିଲା । କର୍ମଶାଳାକୁ ସଫଳ କରିବାରେ JCI ବଲାଙ୍ଗିର ସିଟି ର ସମ୍ପାଦକ ଜେସି ଅଭିଲାଶ ଅଗ୍ରୱାଲ, ଉପ ସଭାପତି ଅବିନାଶ ଅଗ୍ରୱାଲ, କାର୍ଯ୍ୟକ୍ରମ ନିର୍ଦେଶିକା ତାଲିମ ଜେସି ତ୍ରିଷ୍ଣା ଭଟ୍ଟାଚାର୍ଯ୍ୟଙ୍କର ବିଶେଷ ସମର୍ଥନ ଥିଲା ।

Popular Articles