Advertisements
Tuesday, June 2, 2020
Home District News ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତ ଯୋଜନା କର୍ମଶାଳା, ୧୦୦ ଦିନ ବଦଳରେ ୨୦୦ଦିନ କାମ ଦାବି

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତ ଯୋଜନା କର୍ମଶାଳା, ୧୦୦ ଦିନ ବଦଳରେ ୨୦୦ଦିନ କାମ ଦାବି

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର //
ମୁରିବାହାଲ(୩୦/୧୧): ମୁରିବାହାଲ ବ୍ଲକ ପରିସରରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ପ୍ରକଳ୍ପ ନିର୍ଦ୍ଧେଶକ ଡ଼ଃ ମହେଶ୍ୱର ସ୍ୱାଇଁ, ସମ୍ମାନିତ ଅତିଥି ବ୍ଲକ ଅଧକ୍ଷ ହଂସରାଜ ଜୈନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀପକ କୁମାର ପାତ୍ର, ଡିପିଏମ କମଳେନ୍ଦୁ ପାଲ, ବ୍ଲକ ଉପାଧ୍ୟାକ୍ଷା ସୁନ୍ଦରମତୀ ବାଗ, ୟଙ୍ଗ ପ୍ରଫେସନ ସାହାରା ବିଶୋଇ ମୁରିବାହାଲ ୟଙ୍ଗ ପ୍ରଫେସନ ଦେବେନ୍ଦ୍ର ବାଗେଲ ବଲାଙ୍ଗୀର ସିଡିପିଓ ସରସୀ ପଣ୍ଡା, ଏଫଇଓ ସତ୍ୟବ୍ରତ ଦାସ, ମନରେଗା କୋଡିନେଟର ଅଶୋକ କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥାଇ କର୍ମଶାଳା ବିଷୟରେ ବକ୍ତବ୍ୟ ରଖିଥିଲେ |

ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତର ସରପଞ୍ଚ, ପିଓ, ଜିଆରଏସ, ୱାର୍ଡ ମେମ୍ବର, ଏସଏସଜି ,ସମସ୍ତେ ଏହି କର୍ମସାଲରେ ଉପସ୍ଥିତ ଥିଲେ | ଏହି କର୍ମଶାଳାରେ ମୁଖ୍ୟ ଅତିଥି ଡ଼ଃ ସ୍ୱାଇଁ ସରକାରଙ୍କ ଯୋଜନା ମୁଖ୍ୟତ ଦାଦନ ସମସ୍ୟା ବଲାଙ୍ଗୀର ଜିଲ୍ଲା ୬ଟି ବ୍ଲକରେ ଏହି କର୍ମଶାଳା ମାଧ୍ୟମରେ ଲୋକଙ୍କୁ ଏସ ଏସ ଜି ମାଧ୍ୟମରେ ସଚେତନତା କରିବା ସହିତ ଜବକାର୍ଡ ଧାରୀଙ୍କୁ ୨୦୦ଦିନ କାମ କରିବା ସହିତ ତାଙ୍କୁ ଦୈନିକ ୨୮୬.୩୦ଟଙ୍କା ମଜୁରୀ ଦିଆଯିବ ତା ସହିତ ତାଙ୍କ ନିଜ ଜମିରେ ମଧ୍ୟ କାମ କରି ସେ ପାରିଶ୍ରମିକ ପାଇପାରିବେ | ବ୍ଲକରେ ୪୦୦୦ ରୁ ୫୦୦୦ଘର ତିଆରି କରିବାର ସରକାରଙ୍କ ଲକ୍ଷ ଥିବା ପ୍ରକାଶ କରିଥିଲେ | ଶ୍ରୀ ସାହୁ ଦାଦନ କିପରି ରୋକା ଯାଇପାରିବ ସେ ବିସ୍ତୃତ ଭାବରେ ପିଆର ମେମ୍ବରଙ୍କ ବୁଝାଇବା ସହିତ ସଚେତନତା କରିବାପାଇଁ କହିଥିଲେ | ଡିପିଏମ ଶ୍ରୀ ପାଲ ଜଳ, ଜମି, ଜଙ୍ଗଲ,ବିଷୟରେ ବିସ୍ତାର ଭାବରେ କାମରେ ବିନିଯୋଗ କରିବା ପାଇଁ କହିବା ସହିତ ସରକାରଙ୍କ ଅନେକ ଯୋଜନା ଅଛି ତାକୁ ଲାଭ ଉଠେଇବାପାଇଁ ପରାମର୍ଶ ଦେଇଥିଲେ |

ପିଆର ମେମ୍ବର ମାନେ ଏହି କର୍ମଶାଳା ଡେରିରେ ହୋଇଥିବାରୁ ବିରକ୍ତ ପ୍ରକାଶ କରିଥିଲେ କାରଣ ନୂଆଖାଇ ପରେ ପରେ ଲୋକ ଅଗ୍ରିମ ପଇସା ଆଣି ବିଦେଶକୁ ଦାଦନ ପାଇଁ ଚାଲିଯାଇଛନ୍ତି | ଏବେ ଏହି କର୍ମଶାଳା ହେଲେ ପୁରା ଲାଭ ମିଳିବ ନାହିଁ | ଏହି କର୍ମଶାଳାରେ ୧୦୦ଦିନ କାମ କରିଥିବା ଜବକାର୍ଡ ଧାରୀଙ୍କୁ ୨୨ଜଣଙ୍କୁ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ଜି ପି ଓ ନୀଳକଣ୍ଠ କାଲସାଏ ସଂଯୋଜନା କରିଥିଲେ | ଏହି କର୍ମଶାଳାରେ ଶତାଧିକ ଲୋକ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: