Advertisements
Tuesday, June 2, 2020
Home Education & Literacy ରାୟଗଡା ଜ଼ିଲ୍ଲାର ମେଧାବୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ

ରାୟଗଡା ଜ଼ିଲ୍ଲାର ମେଧାବୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ

ରିପୋର୍ଟ: ଅମୁଲ୍ୟ ନିଶଙ୍କ ସହ ଗୋପୀନାଥ ଗୌଡ଼
ରାୟଗଡ଼(୦୧/୧୨): ୨୦୧୯ମସିହାର ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଜୁ ୟୁବ ସଶକ୍ତିକରଣ ଯୋଜନା ମାଧ୍ୟମରେ ଶନିବାର ଦିନ ରାୟଗଡା ସ୍ୱୟଂ ଶାସିତ କଲେଜର ଗୋଲଡେନ ଜୁବଲୀ ହଲରେ ଲାପଟପ ବଣ୍ଟନ କରାଯାଇଛି | ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲାପାଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ |

ଜ଼ିଲ୍ଲାପାଳ ପୁଣି କହିଥିଲେ ଯୁଗ ପରିବର୍ତନ ହୋଇଛି କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଖାପ ଖୁଆଇବାକୁ ପଡୁଛି | ଏହି ଜ଼ିଲ୍ଲାରେ ସର୍ବମୋଟ ୨୩କଲେଜରୁ ୨୨୫ଜଣ ମେଧାବୀ ଲିଷ୍ଟରେ ଯୋଗ୍ୟ ବିବେଚିତ ହୋଇଥିଲେ କିନ୍ତୁ ୨୧୮ଜଣ ଲାପଟପ ନେଇଥିଲେ, ଅନ୍ୟ ୭ଜଣ ଅନୁପସ୍ଥିତ ରହିଥିଲେ | ଗୁଣୁପୁର ମହର୍ଷି କଲେଜକୁ ୩୮ ପଦ୍ମପୁର ତ୍ରିବେଣୀ କଲେଜକୁ ୨୨ଟି ଲାପଟପ ମିଳିଛି | କଳାରେ ଡ଼ମ୍ବସୋରା କଲେଜକୁ ୫, ଗୁଣୁପୁର ସରକାରୀ କଲେଜକୁ ୩, ଗୁନାଖାଲ କବି ବଳରାମ କଲେଜ କୁ ୨, ଯେ କେ ପୁର ସିଙ୍ଘାଣିଆ କଲେଜ କୁ ୬, ବିଷମକଟକ ମା ମାର୍କମା କଲେଜକୁ ୪, କାଶୀପୁର ଆଦିବାସୀ କଲେଜକୁ ୧୩, ମୁନିଗୁଡା ଗୋବର୍ଧନ କଲେଜକୁ ୨, ପଦ୍ମପୁର ଆର ଜି କଲେଜକୁ ୬, ରାୟଗଡା କଲେଜକୁ ୧୦, ରାୟଗଡା ମହିଳା କଲେଜକୁ ୧୦, ଗୁଡାରି ବିଜ୍ଞାନ କଲେଜକୁ ୧, ଗୁଣୁପୁର ଶାନ୍ତିନିକେତନ କଲେଜକୁ ୧୫ ଓ କମତଳପେଟା କଲେଜକୁ ୫ବାଣିଜ୍ୟରେ ଯେ କେ ପୁର ସିଙ୍ଘାଣିଆ କଲେଜକୁ ୧୦, ରାୟଗଡା କଲେଜକୁ ୨୨ ଓ କୈଳାଶପୁର ଏସ ଏସ ଡି କଲେଜକୁ ୩ ଠିକ ସେହିପରି ବିଜ୍ଞାନରେ ଜିତମ କଲେଜ ରାୟଗଡାକୁ ୧୦, ଯୁପିଟର କଲେଜ ରାୟଗଡାକୁ ୫, ବିଷମକଟକ ମା ମାର୍କମା କଲେଁଜକୁ ୨, ଗୁଣୁପୁର ମହର୍ଷ ଗୁରୁକୁଳ କଲେଜକୁ ୩୮, ରାୟଗଡା କଲେଜକୁ ୧୨, ରାୟଗଡା ମହିଳା କଲେଜକୁ ୧, ମୁନୁଗୁଡା ରାଇସିଙ୍ଗି କଲେଜକୁ ୨, ଗୁଣୁପୁର ଶାନ୍ତିକେତନ କଲେଜକୁ ୬, ଦେବଦଳା ଭାରତୀ କଲେଜକୁ ୩ ଓ ପଦ୍ମପୁର ତ୍ରିବେଣୀ କଲେଜକୁ ୨୨ ଲାପଟୋପ ମିଳିଛି |

ରାମନାଗୁଡ଼ା ଓଡିଶା ନ୍ୟୁଜ୨୪ ପ୍ରତିନିଧି ରଞ୍ଜନ ନାୟକ ବେହେରାଙ୍କ ଝିଅ ଶ୍ରୀୟାପଦ୍ମପୁର ବରିଷ୍ଠ ସମାଜ ସେବି ତ୍ରିପତି ନିଶଙ୍କଙ୍କ ପୁଅ ଶୁଭଙ୍କର ନିଶଙ୍କ ମଧ୍ୟ୍ୟ ଲାପଟପ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି | ଠିକ ସେହିପରି ନାଇରା ଗ୍ରାମର ବିଜୟୀ ଶବରଙ୍କ ଝିଅ, ରମପ୍ରସାଦଙ୍କ ପୁଅ ଯୋଗ୍ୟ ବିବେଚିତ ହୋଇଛନ୍ତି | କମର୍ସ ଅଧ୍ୟାପକ ଶ୍ରୀ ସାଇଁମାଧବ ମଞ୍ଚ ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧକ୍ଷ ଶ୍ରୀ ପ୍ରଫୁଲ ଚନ୍ଦ୍ର ସେନାପତି ପୂର୍ବତନ ପୌର ଉପଦକ୍ଷ ଡାକ୍ତର ନିରଞ୍ଜନ ଵକ୍ସି ପାତ୍ର ଅରୁଣ ଖାଡ଼ଙ୍ଗ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

Recent Comments

%d bloggers like this: