ଖପ୍ରାଖୋଳ ବ୍ଳକଠାରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ରିପୋର୍ଟ:-ଭୋଜରାଜ ବରିହା //
ଖପ୍ରାଖୋଳ(୦୧/୧୨): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ବ୍ଳକ ପରିସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ,ଓରମାସ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବ୍ଳକ ସ୍ତ୍ରରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଳକ ଗୋଷ୍ଠୀ ଉନୟନ ଅଧିକାରୀ ତରଣୀ ସୁନା, ସମ୍ମାନିତ ଅତିଥି ବ୍ଳକ ଅଧକ୍ଷା ପୁର୍ନବାସୀ ବରିହା, ଉପାଧ୍ୟକ୍ଷ ପ୍ରକାଶ କୁମାର ମେହେର, ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ସତ୍ୟବ୍ରତ ସିଂ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ନିଯୁକ୍ତି ପରାମର୍ଶ ଶିବିରରେ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଯୋଗଦେଇଥିଲେ । ଶିବିରରେ ୧୯୩ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବା ବେଳେ ୮୮ଜଣକୁ ତାଲିମ ପାଇଁ ଚିହ୍ନଟ କରାଯାଇଥିଲା ।

Leave a Reply

This site uses Akismet to reduce spam. Learn how your comment data is processed.