କୁହୁଡି ସାଜିଲା କାଳ : କାର୍‌କୁ ଧକ୍କା ଦେଲା କାର୍‌

0
123
କୁହୁଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୬/୧୨) : ଘନ କୁହୁଡି ଯୋଗୁଁ କିଛି ବାଟଘାଟ ଦେଖାଯାଉ ନଥିବାରୁ ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଥିବା ଜାଣିପାରିଲାନି କାର୍ ଡ୍ରାଇଭର ।

କୁହୁଡି ସାଜିଲା କାଳ, କାର୍‌କୁ ଧକ୍କା ଦେଲା କାର୍‌ । ଫଳରେ ଦୁଇଟି କାର୍‌ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗେଲପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଛି । ଆଜି ସକାଳେ ଏକ କାର୍ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ କାର୍‌ ମଧ୍ୟ ପଛରେ ଆସୁଥିଲା ।

ଘନ କୁହୁଡି ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ ଗେଲପୁର ଛକ ନିକଟରେ ଏକ କାର୍ ଅନ୍ୟ କାର୍‌କୁ ପଛରୁ ଧକ୍କା ଦେଇଥିଲା । ଦୁଇଟି କାର୍‌ରେ ୭ ଜଣ ଯାତ୍ରୀଥିବା ବେଳେ ୩ ଆହତ ହୋଇଥିଲେ । ପୁଲିସ ପହ଼ଞ୍ଚି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପୁଲିସ ଗାଡି ଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।