Advertisements
Thursday, July 9, 2020
Home headline ଅଭିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦର ସାଧାରଣ ବୈଠକ

ଅଭିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦର ସାଧାରଣ ବୈଠକ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୨/୧୧): କୋରାପୁଟ ଜିଲ୍ଲା ଅଭିଭକ୍ତ ରଣା ସମାଜ ପକ୍ଷରୁ ଆଜି ଲମତାପୁଟ ବ୍ଲକ ଆଇବି ଠାରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଭିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦ ସଭାପତି ଡମ୍ବରୁ ରାମସିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଜିଲ୍ଲା କାର୍ଜ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସମାଜର ସାଙ୍ଗଠନିକ ଦିଗ ଉପରେ ଆଲୋଚାନା କାରାଯାଇଥିଲା । ନନ୍ଦପୁର ବ୍ଲକର ରଣାସମାଜର ବ୍ଲକ ସଭାପତି ରୂପେ ଶରତ ପଡାଲ ଓ ଉପସଭାପତି ଇଶ୍ଵର ଖିନବୁଡିଙ୍କୁ ଚୟନ କରାଯାଇଥିଲା । ଏବଂ ଓଡିଶା ସରକାରଙ୍କ ଜାତି ଓ ଉପଜାତି ଅନୁସନ୍ଧାନ ବିଭାଗର ପତ୍ର ସଂଖ୍ୟା-୧୪୯୮ ଓ ଜିଲ୍ଲା ଅନୁସୂଚିତ ଜାତି ଓ ଆନୁସୂଚିତ ଉନ୍ନୟନ ବିଭାଗ ପତ୍ର ସଂଖ୍ୟା–୩୧୬୫ ଅନୁଯାୟୀ ପ୍ରତ୍ୟେକ ବ୍ଲକର ରଣା ଓ ମାଳି ଜାତିର ନିର୍ଦ୍ଧିଷ୍ଟ ଅବସ୍ଥିତି ଓ ତଥ୍ୟ ପ୍ରଦାନ ନିମନ୍ତେ ସମସ୍ତ ବ୍ଲକକୁ ୫.୭.୨୦୧୯ତାରିଖ ଠାରୁ ଚିଠି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେତୋଟି ବ୍ଲକ ମଙ୍ଗଳ ଅଧିକାରୀ ତତ୍ପରତା ଦେଖାଉ ନ ଥିବା ବେଳେ କିଭଳି ସମାଜର କର୍ମକର୍ତ୍ତାଙ୍କ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ ତାହା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏହି ସବୁ କାର୍ଯ୍ୟ ଗୁଡିକୁ କିଭଳି ତ୍ୱରାନ୍ନିତ କରାଯାଇ ପାରିବ ସେଥି ନିମନ୍ତେ ସମସ୍ତ ବ୍ଲକ ଓ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅଭିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦ ସମ୍ପାଦକ ଗୁପ୍ତ ଚନ୍ଦ୍ର ନାୟକ, ଉପସଭାପତି ସୁନାଧର ଅଡ଼ାରୀ, ଲଳିତ ଦାରଲୀ, ସନୁ ମାଝୀ, ରବିନ୍ଦ୍ର ପଡାଲ ସମେତ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ...

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

Recent Comments

%d bloggers like this: