Thursday, March 28, 2024

Top 5 This Week

Related Posts

ତଳରମ୍ଭା ଶିକ୍ଷୟତ୍ରୀ ଙ୍କ ଅଚାନକ ମୃତ୍ୟୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୫/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣ ପୁର ପଞ୍ଚାୟତ ର ତଳରମ୍ଭା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଚେତନୀ ସୁନା (୩୧) ଗତ ୧୩/୧୨ ରିଖ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତଳରମ୍ଭା ଶିକ୍ଷୟତ୍ରୀ ଙ୍କ ଅଚାନକ ମୃତ୍ୟୁ । ତାଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ସ୍ୱାମୀ ସୁରେଶ ଭିବର ତାଙ୍କୁ କଟକ ବଡ ମେଡ଼ିକାଲ କୁ ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । କିଛି ଦିନ ପୂର୍ବରୁ ତାଙ୍କୁ ବିଷମ କଟକ କ୍ରୀଷ୍ଟିୟାନ ମହସ୍ପିଟାଲ ରେ ଅପରେସନ କରାଯାଇଥିଲା । ବୋଧେ ଅପରେସନ ବେଳେ କିଛି ସମସ୍ୟା ରହିବା ସୁରେଶ କହିଛନ୍ତି । ଅପରେସନ ର କିଛି ଦିନ ପରେ ତାଙ୍କୁ ଟିଛ ଫିଠାଇଲା ପରେ ହଟାତ ପେଟରେ ଦରଦ ହୋଇଥିଲା ଏହି ଅବସ୍ଥା ଦେଖି କଟକ ମେଡିକାଲ କୁ ନେଉଥିବା ସମୟରେ ମୃତ୍ୟୁ ହୋଇଥିବା ସୁରେଶ କହିଛନ୍ତି । ଶିକ୍ଷୟତ୍ରୀ ଚେତନୀ ମୃତ୍ୟୁ ର ଖବର ଶୁଣି କଲ୍ୟାଣସିଂହପୁର ବ୍ଲକ ର ଶିକ୍ଷକ ସଂଘ ପକ୍ଷରୁ ବହୁ ଦୁଖଃ ପ୍ରକାଶ କରିଛନ୍ତି ।ଏହି ଶ୍ରଦ୍ଧାଞ୍ଜଳି ଦିବସରେ ଶିକ୍ଷକ ସଂଘ ର ବିଶ୍ୱନାଥ କାଡ୍ରାକା, ବୀରେନ୍ଦ୍ର କୋୖଶଲ୍ୟା ଓ ନଗେଶ୍ୱର କୋୖଶଲ୍ୟା ଯୋଗଦେଇଥିଲେ ।

Popular Articles