ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂସ୍ଥା ଦ୍ୱାରା ପ୍ରବନ୍ଧ ଓ ପାରମ୍ପରିକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୦୧/୧୨): ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂସ୍ଥା ତଥା ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ଆନୁକୂଲ୍ୟରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ରଦେବ ଜିଲ୍ଲା ଉଚ୍ଚବିଦ୍ୟାଳୟ ଠାରେ ପ୍ରବନ୍ଧ ଓ ପାରମ୍ପରିକ ଚିତ୍ରପ୍ରତିଯୋଗିତାର ଆୟୋଜନ କରାଯାଇଥିଲା |

ପ୍ରବନ୍ଧ ପ୍ରତିଯୋଗିତାରେ ଜିଲ୍ଲାର ୧୩୬ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ | ଅନ୍ୟପଟେ ୧୦୫ଜଣ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଏହାର ସହ ନିର୍ଦେଶକ ଶ୍ରୀଯୁକ୍ତ ଏମ କେ ରତ୍ନମ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ, ଆଇପିଓ, ଆରଆଇସି ଶ୍ରୀଯୁକ୍ତ ସବ୍ୟସାଚୀ ସାହୁ ସମ୍ମାନିତ ଅତିଥି ରୂପେ ସହ କାର୍ଯ୍ୟବାହୀ ନିର୍ଦେଶିକା କୁମାରୀ ଜୟଶ୍ରୀ ଡୁଙ୍ଗୁଡୁଙ୍ଗୁ, ଆଇଏଫଓ ଶ୍ରୀଯୁକ୍ତ ଅନାମ ଗୌଡ଼, ଶ୍ରୀ ଓଏସ ଖାନ ପ୍ରମୁଖ ଯୋଗଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୁଷଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା | ଏଠାରେ ଶିକ୍ଷକ ଶ୍ରୀ ଅଶୋକ ଦାସ କୃଷ୍ଣଚନ୍ଦ୍ର ସାହୁକାର, ଓ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ସାହୁ କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ | “ସ୍ୱରୋଜଗାରର ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭୂମିକା “ବିଷୟରେ ପ୍ରବନ୍ଧ ପ୍ରତିଯୋଗିତା ରଖାଯାଇଥିଲା | ପୁଣି ଆଦିବାସୀ ଅଞ୍ଚଳର ଦୃଶ୍ୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ରଖାଯାଇଥିଲା | ସଂପୃକ୍ତ ଅନୁଷ୍ଠାନରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସମସ୍ତ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ | ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରଥମ କୃତି ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା, ଦ୍ଵିତୀୟ କୃତି ପ୍ରତିଯୋଗୀଙ୍କୁ ୭ହଜାର ପାଞ୍ଚ ଶହଟଙ୍କା ଓ ତୃତୀୟ କୃତି ପ୍ରତିଯୋଗିଙ୍କୁ ୫ହଜାରଟଙ୍କା ପୁରସ୍କୃତ କରାଯାଇଥିଲା | ପୁଣି ଭାରତ ସରକାରଙ୍କ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |

Comments are closed.