ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଖାଉଟି ଦିବସ ପାଳନ

0
115
ଅଖିଳ ଭାରତୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୪/୧୨) : ଡିସେମ୍ବର ୨୪ ଖାଉଟି ଦିବସ ଭାବେ ପାଳନ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ରାୟଗଡ଼ା ରିଗିଂ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବିଦ୍ୟାଳୟ ପ୍ରାଙ୍ଗଣରେ ଡିସେମ୍ବର ୨୪କୁ ଜାତୀୟ ଖାଉଟି ଦିବସ ଭାବେ ପାଳନ ହୋଇଯାଇଥିଲା ।

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଖାଉଟି ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସମାଜ ସେବୀ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇ ଭାରତ ମାତାଙ୍କ ଫୋଟ ଏବଂ ସ୍ୱାମୀ ବିବେକାନନ୍ଦ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସେ ତାଙ୍କର ବକ୍ତବ୍ୟରେ ଉପଭୋକ୍ତା ମାନେ କିଭଳି ଠକାମୀ ଏବଂ ଶୋଷଣର ଶୀକାର ହେଉଛନ୍ତି, ବ୍ୟାଙ୍କ୍, ବିଦ୍ୟୁତ, ବସ୍, ରେଳ, ଉଡାଜାହାଜ, ଦ୍ଵାରା ଯାତାୟତ, କୃଷି ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ପାଣି ଯୋଗାଣ, ତୈଳ, ଗ୍ୟାସ୍, ବୃଦ୍ଧାବସ୍ଥା ପେନସନ ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଦିଆଯାଉଥିବା ଖାଦ୍ୟ ମୂଲ୍ୟରେ ଜିଏସଟି ଲାଗୁକରିଥାନ୍ତି ଏହାଦ୍ ଦ୍ୱାରା ଗରିବ ଏବଂ ମଧ୍ୟମ ପରିବାରର ଗ୍ରାହକ ମାନେ କିପରି ଶୋଷଣ ହେବା ସହ ଅସୁବିଧା ର ସମୁଖୀନ ହେଉଛନ୍ତି ଏହାରି ଉପରେ ମକ୍ତବ୍ୟ ରଖିଥିଲେ ।

ସେହିପରି ସଂଘର ଆଇନ୍ ପରାମର୍ଶ ଦାତା ଶ୍ରୀ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରମାନନ୍ଦ ପ୍ରଧାନ, କୁମାରୀ ବାଡତ୍ୟା, ମୋହନ ରାଓ ମାଝୀ, ମୁନା ସିଂ, ଦୂର୍ଗା ମାଧବ ଘୋଷ, ଧର୍ମ ସିଂ ନାଗ, ନିରଞ୍ଜନ ସେନାପତି, ଗଣେଶ କୁମାର ସାହୁ, ରାଜେଶ ପାଳ, ସଂଘର ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।