ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୪/୧୨) : ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ତ୍ରିଂଶତିତମ ବାର୍ଷିକ ଉତ୍ସବ ମହାସମର ରେ ପାଳିତ ହୋଇଯାଇଛି ।
ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅବସରରେ ଚଳିତ ବାର୍ଷିକ କ୍ରୀଡାର ପୁରସ୍କାର ପ୍ରଥମ ସତରରେ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା । କ୍ରୀଡା ପୁରସ୍କାର ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ରାୟଗଡ଼ା ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ନାୟକ ସଦୟ ଯୋଗଦାନ କରି କ୍ରୀଡାର ମହତ୍ତ୍ଵ ଉପରେ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଦ୍ଵିତୀୟ ସ୍ତରରେ ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଶ୍ରୀ ହରୀଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଶ୍ରୀ ତାପସ କୁମାର ରାଉତ ଓ ମୁଖ୍ୟ ବକ୍ତା ଶ୍ରୀ ବିପିନ ବିହାରୀ ମିଶ୍ର ବିଭାଗ ସଂଘ ଚାଳକ, କୋରାପୁଟ ବିଭାଗଙ୍କ ଯୋଗ ଦେଇ ଦୀପ ପ୍ରଜଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । ଶିଶୁ ମନ୍ଦିର ସଭାପତି ଶ୍ରୀ ହରିଶ୍ ଚନ୍ଦ୍ର ଦାଶ ଉତ୍ସବର ସଭାପତିତ୍ୱ କରି କାର୍ଯ୍ୟକ୍ରମ କୁ ଆଗକୁ ନେବାର ଶୁଭ ସୂଚନା ପ୍ରଦାନ କରିଥିଲେ ।
ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଧି କୁମାର ନେଗୀ ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ପରେ ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ସୁନିଲ ପ୍ରସାଦ ମହାପାତ୍ର ଶିଶୁ ମନ୍ଦିର ର ବାର୍ଷିକ ବିବରଣୀ ପାଠ କରିଥିଲେ । ଦୁଇ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶିଶୁ ମାନେ ଜଣେ ଜଣେ ରାଷ୍ଟ୍ର ସେବକ ହେବାକୁ କହିବା ସହିତ ଶିଶୁ ବିଦ୍ୟା ମନ୍ଦିର ମହନୀୟ କାର୍ଯ୍ୟ ଭୂୟସୀ ପ୍ରଂଶସା କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ମହାଶୟ ନିଜର ଅଭିଭାଷଣ ରେ ବିଦ୍ୟା ଭାରତୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମନ୍ଧରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ବିବେକାନନ୍ଦ ଓ ଶିବାଜି ହେବାକୁ ସଭା ରେ ଆଲୋକପାତ କରିଥିଲେ । ଏହି ପ୍ରପ୍ରେଖିରେ ମା ମାନଙ୍କର ଗୁରୁତ୍ୟପୂର୍ଣ୍ଣ ଭୂମିକା ରହିଛି ବୋଲି ମହାନୁଭବ ଜଣକ ମାର୍ଗ ଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ ପୂର୍ଣ୍ଣ ସମୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ । ବିଦ୍ୟା ମନ୍ଦିର ର ଯୁଗ୍ମ ସମ୍ପାଦକ ରମେଶ କୁମାର ନନ୍ଦ ଉପସ୍ଥିତ ଅତିଥି, ସୁଭେଶ୍ଚୁ, ଅଭିଭାବକ, ସହ କର୍ମଚାରି, ଶିଶୁ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ସାଙ୍ଗ କରିଥିଲେ । ପରବର୍ତ୍ତୀ ସମୟରେ ଶିଶୁ ମନ୍ଦିର ର ଗୌରବ ବୃଦ୍ଧି କରିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟ ପରିଚାଳିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମା, ସେବକ, ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳାନା କରିଥିଲେ ।