କେନ୍ଦ୍ର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ,ପାଇକମାଳ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୩୦/୧୧): କେନ୍ଦ୍ର ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ମେଳା ପାଇକମାଲ ବ୍ଲକ ଅନ୍ତ୍ରଗତ ଟେମରୀ ପନ୍ଚାୟତର ସୋତ଼ା ସେବାଶ୍ରମରେ ଅନୁଷ୍ଠିତ ହୋଇଯାଇଛି | ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନରେ ଜଡିତ ବୈଜ୍ଞାନିକ ମାନଙ୍କ ଜୀବନ ଶୈଳୀ ଉପରେ ଉଦବୋଧନ ଦେଇଥିଲେ |

ସମ୍ମାନିତ ଅତିଥି ଭାବେ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଂଚାନନ ବିଶି, ସୋତ଼ା ସେବାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଯୋଗଦାନ କରି କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଉସ୍ସାହିତ କରିଥିଲେ | ଆନ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ଶ୍ରୀଯୁକ୍ତ ନାରାୟଣ ମେହେର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବୈଜ୍ଞାନିକ ଅବଦୁଲ କଲାମ୍ ଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ | ଟେମରୀ କେନ୍ଦ୍ରଧୀନ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ତଥା ଅଂଚଳର ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମନୋବଳକୁ ଆଗେଇ ନେଇ ଥିଲେ | କେନ୍ଦ୍ରର ୧୪ଟି ବିଦ୍ୟାଳୟ ରୁ ମୋଟ ୨୮ଟି ପ୍ରକଳ୍ପ କେନ୍ଦ୍ରସ୍ତର କୁ ଆସିଥିଲା | ଆସନ୍ତା ତା ୧୦.୧୨.୨୦୧୯ରିଖ ମଙ୍ଗଳବାର ଦିନ ଉକ୍ତ ୨୮ଟି ପ୍ରକଳ୍ପ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ଗାୟତ୍ରୀ ଉଚ୍ଚବିଦ୍ୟାଳୟ,ସାପଲହରକୁ ଯିବାପାଇଁ ଆନ୍ଚଳିକ ସାଧନା କେନ୍ଦ୍ରରସଂଯୋଜକ ଶ୍ରୀଯୁକ୍ତ ମେହେର ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.