Friday, March 29, 2024

Top 5 This Week

Related Posts

ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଗବେଷଣା ପଦ୍ଧତି ସମ୍ପର୍କିତ ଏକ ତିନିଦିଆ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୩/୧୨) : ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ର ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ତା-୨୧.୧୨.୨୨ ଠାରୁ ତା-୨୩.୧୨.୨୨ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା ।WhatsApp Image 2022 12 24 at 07.18.24 1 ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଗବେଷଣା ପଦ୍ଧତି ସମ୍ପର୍କିତ ଏକ ତିନିଦିଆ କର୍ମଶାଳା ଅନୁଷ୍ଠିତ

ଏହି କର୍ମଶାଳାକୁ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍‍ଟର. ପ୍ରସନ୍ନ କୁମାର ଗନ୍ତାୟତ ତା-୨୧.୧୨.୨୨ ଦିନ ଉଦ୍‍ଘାଟନ କରିବା ସହିତ ଏହି କାର୍ଯ୍ୟକ୍ରମର ତାପର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଶିଷ୍ଟ ରାଜନୀତି ବିଜ୍ଞାନ ବିଶାରଦ ଓ ଗବେଷକ ଡକ୍‍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଗବେଷଣାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଗବେଷଣାର ସମାଜ ଓ ରାଷ୍ଟ୍ର ଗଠନର ଭୂମିକାକୁ ଦର୍ଶାଇଥିଲେ । ଏହି କର୍ମଶାଳାର ପ୍ରଥମ ଦିନ (ତା-୨୧.୧୨.୨୨) ରାସାୟନ ବିଜ୍ଞାନର ଅଧ୍ୟାପକ ଡକ୍‍ଟର. ପ୍ରଦୀପ କୁମାର ସାମନ୍ତରାୟ, ବିକ୍ଷୟବସ୍ତୁ ବିଶ୍ଲେଷଣ ଏବଂ ଗେବେଷଣା ରିପୋର୍ଟ ଲେଖା ଉପରେ ରାଜନୀତି ବିଜ୍ଞାନର ପି.ଜି. ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଦିନ ତା-୨୨.୧୨.୨୨, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ସାହୁ “ପରିସଂଖନ ଧାରଣା ଏବଂ ଆବୃତ୍ତି ବଣ୍ଟନ ସମ୍ପଦ୍ଧିତ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପରିଶେଷରେ ପରିସଂଖନ (Problem Solving) ସମାଧାନ କରିବାଲାଗି ଦେଇଥିଲେ । କର୍ମଶାଳାର ତୃତୀୟ ତଥା ଶେଷ ଦିନରେ ଅର୍ଥନୀତି ବିଭାଗର ଅଧ୍ୟାପକ ଡକ୍‍ଟର. ଟୁବଲ କୁମାର ବେନିଆ ସମାଜ ବିଜ୍ଞାନରେ ତଥ୍ୟ ବିଶ୍ଲେଷଣ ଉପରେ ପି.ଜି. ଛାତ୍ରଛାତ୍ରୀ ମାନଙ୍କ ନିର୍ଦ୍ଦେଶାବାଳୀ ପ୍ରଦାନ କରିଥିଲେ ।

ତତ୍‍ପରେ ଅର୍ଥନୀତି ବିଭାଗ ମୁଖ୍ୟ ଡକ୍‍ଟର. ବବିଲତା ସରାଫ ଗବେଷଣା କର୍ମଶାଳାର ଉପସଂହାର ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ସମାଜ ବିଜ୍ଞାନ ଅନୁସନ୍ଧାନ ଦିଗରେ ଲେଖ/ପ୍ରବନ୍ଧ ପ୍ରସ୍ତୃତ କରିବା ଲାଗି ମାର୍ଗଦର୍ଶନ କରିଥିଲେ । ଏହି କର୍ମଶାଳାରେ ରାଜନୀତି ବିଜ୍ଞାନ ସହିତ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି ତିନିଦିନିଆ କର୍ମଶାଳାକୁ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ.ପି. ଅରୁନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

କର୍ମଶାଳାକୁ ଅଧ୍ୟାପିକା ମାନସୀ ମହାନ୍ତି ସଂଯୋଜନା କରିଥିଲେ । ଏହି ଅବସରରେ ଆଧ୍ୟାପିକା ଡକ୍‍ଟର. ସୁଧା ରାଣୀ ନାୟକ, ଶ୍ରୀ ନିତି ମିନିୟାକା ଓ ଶ୍ରୀ ଶିବ ପ୍ରସାଦ ପିଡିକା ଉପସ୍ଥିତ ରହିଥିଲେ । ଏହି କର୍ମଶlଳାରେ ଛାତ୍ରଛାତ୍ରୀଙ୍କୁ ତାଲିମ୍‍ ପ୍ରଦାନ କରାଇଥିବା ତିନିଜଣ ଅଧ୍ୟାପକଙ୍କୁ କୃତଜ୍ଞତା ପ୍ରମାଣପତ୍ର ସହିତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଶେଷରେ ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପିକା ଡକ୍‍ଟର. ମାନସୀ ମହାନ୍ତି, ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ମାନଙ୍କ ପାଇଁ କର୍ମଶାଳା ଶେଷରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ହରଭେଷ୍ଟ୍ ଅଫ୍ ହଙ୍ଗର ପ୍ରଦର୍ଶିତ ହୋଇଥିଲା ।

Popular Articles