ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରହିତାଦେଶ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି(୩୦/୧୧): ଜି.ଉଦୟଘିରି ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କୁ ହାଇକୋର୍ଟରୁ ଆଶ୍ବସ୍ଥି ମିଳିଛି । ତାଙ୍କ ବିରୋଧରେ ଅନାସ୍ଥା ଭୋଟ ପ୍ରକିୟା ପରିଚାଳନାରେ ପ୍ରଶାସନ ଓଡିଶା ପଞ୍ଚାୟତ ଆଇନକୁ ଉଲଙ୍ଘନ କରିଥିବା ଦର୍ଶାଇ ଅଧ୍ୟକ୍ଷା ଊଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ।

ଏଣୁ ମାନ୍ୟବର କୋର୍ଟ ଆସନ୍ତା ଡିସେମ୍ବର ୨୩ତାରିଖ ପର୍ଯ୍ୟନ୍ତ ଅନାସ୍ଥା ଭୋଟ ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି ବୋଲି ଅଧ୍ୟକ୍ଷା କହିଛନ୍ତି । ଗତ ୨୮.୧୧.୧୯ତାରିଖରେ ଅନାସ୍ଥା ଭୋଟ ସପକ୍ଷରେ ୧୨(୮ ଜଣ ସରପଞ୍ଚ ଓ ୪ଜଣ ସମିତିସଭ୍ୟ) ଜଣ ଭୋଟ ଦେଇଥିଲେ । ପ୍ରିଜାଇଡିଂ ଅଫିସର ଚକାପାଦ ବି ଡି ଓ ଅନିଲ କୁମାର ପଟ୍ଟନାୟକ ଭୋଟ ଫଳାଫଳ କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କଲାପରେ କନ୍ଧମାଳ ଜିଲ୍ଲାପାଳ ୨୮ତାରିଖରେ ଚିଠି ନଂ ୧୫୯୩/ ୨୮.୧୧.୧୯ ତାରିଖରେ ସମିତି ଅଧ୍ୟକ୍ଷା ଅନାସ୍ଥା ଭୋଟରେ ଆସ୍ଥା ହରାଇଥିବା ବିଜ୍ଞପ୍ତି ପ୍ରକାଶ କରିଥିଲେ । ଅପରପକ୍ଷେ ମାନ୍ୟବର ହାଇକୋର୍ଟ ବ୍ଳକ ଅଧ୍ୟକ୍ଷା ଦରଖାସ୍ତକୁ ଗ୍ରହଣ କରି ଓଡିଶା ପଞ୍ଚାୟତ ସମିତି ଆଇନ୍୧୯୫୯ ଧାରା ୪୬-ବି(୨)(ସି)କୁ ପ୍ରଶାସନ ଉଲଙ୍ଘନ କରିଥିବା ଦର୍ଶାଇ ଅନାସ୍ଥା ଭୋଟ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଅନାସ୍ଥା ଭୋଟ ନିମନ୍ତ ନୋଟିସ ହେବାର ପୂର୍ଣ୍ଣ ସାତ ଦିନ ସମୟ ପରେ ଭୋଟ ହେବାର ନିୟମ ଥିବା ବେଳେ ପ୍ରଶାସନ ତରବରିଆ ଭାବେ ଭୋଟ କରିଛନ୍ତି । ପ୍ରାପ୍ତ ଖବର ଅନୁଶାରେ ଗତ ୨୮ ତାରିଖ ୧୦ଟା.୩୦ ମିନିଟ ସମୟରେ ଅନାସ୍ଥା ଭୋଟ ହେବା ନିମନ୍ତେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୨୧.୧୧.୧୯ ତାରିଖରେ ଚିଠି ପ୍ରସ୍ତୁତ କରି ୨୨.୧୧.୧୯ ତାରିଖରେ ସ୍ପିଡ ପୋଷ୍ଟ ଯୋଗେ ସମସ୍ତ ସଭ୍ୟଙ୍କ ନିକଟକୁ ପଠାଇଥିଲେ,ହେଲେ ଅଧ୍ୟକ୍ଷା ଏହି ଚିଠିଟି ୨୫.୧୧.୧୯ ତାରିଖ ସକାଳ ୧୦ଟା.୨୦ ମିନିଟରେ ଚିଠି ପାଇଥିବା କହିଛନ୍ତି । ଗତ ୨୮ ତାରିଖରେ ବ୍ଳକରେ ଅନାସ୍ଥା ଭୋଟ ଚାଲିଥିବା ବେଳେ ଅଧ୍ୟକ୍ଷା ହାଇକୋର୍ଟ ରହିତାଦେଶ ଧରି ବାଲିଗୁଡାରେ ପହଞ୍ଚିଥିଲେ ବୋଲି ଅଧ୍ୟକ୍ଷା ଆମକୁ କହିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.