୨୦୨୩ ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

0
125
୨୦୨୩ ବିଶ୍ୱ ହକି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୧୨) : ଆସନ୍ତା ଜାନୁଆରୀ ୧୩ ତାରିଖ ରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ ।

ଆମ ରାଜ୍ୟ ଓଡ଼ିଶା ୨୦୨୩ ବିଶ୍ୱ ହକି ମହାକୁମ୍ଭ କୁ ଆୟୋଜନ କରୁଥିବାରୁ ଆମେ ସମସ୍ତେ ଜିଲ୍ଲାବାସୀ ନିଶ୍ଚିତ ଭାବେ ଗର୍ବିତ । ପୁନଶ୍ଚ ରାଜ୍ୟ ର ଗର୍ବ ଓ ଗୌରବ କୁ ପରିପୃଷ୍ଟ କରିବା ନିମନ୍ତେ ସମସ୍ତ ପୂର ପଲ୍ଲୀ ଠାରୁ ଆରମ୍ଭ କରି ଜିଲ୍ଳା ସ୍ତର ପର୍ଯ୍ୟନ୍ତ ହକିଖେଳ କୁ ବ୍ୟାପକ ଓ ଜନାଦୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପୂର୍ବ ପ୍ରସ୍ତୁତି ପୂର୍ବକ ଜିଲ୍ଲାର ହକିଗଡ ଦକ୍ଷିଣୀପାଲି ଠାରେ ଏକ ସୁସଜ୍ଜିତ ହକିରଥ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରାଯାଇଛି । ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡ଼ିଓ ହେମସାଗର ଭୋଇ ତଥା ଜିଲ୍ଳା ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ହକି ରଥ ର ଶୁଭାରମ୍ଭ କରିଥିଲେ ।

ପରେ ପରେ ଏହି ପରିପ୍ରେକ୍ଷୀରେ ଜିଲ୍ଳା କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ବର୍ଣାଢ୍ୟ ସଭାରେ ଜାତୀୟ ଖେଳ ହକିକୁ ସବୁ ବର୍ଗରେ ଆଦୃତ କରିବା ସହ ହକି ବିଶ୍ୱ କପ ୨୦୨୩ ଖେଳ ମହାକୁମ୍ଭ କୁ ଜିଲ୍ଳା ବ୍ୟାପି ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି ଅତିଥି ବୃନ୍ଦ । ଆଜି ଏହି ପରିପ୍ରେକ୍ଷୀରେ ଦକ୍ଷିଣୀପାଲି ହକି ଖେଳ ପଡିଆରେ ଦକ୍ଷିଣୀପାଲି ଓ ଏସ ପତ୍ରା ପାଲି ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ହକି ଖେଳ ଅନୁଷ୍ଠିତ ହୋଇ ଥିବା ବେଳେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ପାରମ୍ପରିକ ଲୋକ ନୃତ୍ୟ, ଗୀତ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହକି ବିଶ୍ୱ କପ ଅବ୍ୟାବାହିତ ପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ର ସର୍ବସାଧାରଣ ଯେପରି ହକି ବିଶ୍ୱ କପ ୨୦୨୩ ର ମହନୀୟତା କୁ ହୃଦବୋଧ କରି ବିଶ୍ୱ ହକି ମହାକୁମ୍ଭରେ ରେ ଆନ୍ତରିକ ସାମିଲ ହେବେ ସେଥିପ୍ରତି ଗରୁତ୍ୱାରୋପ କରାଯାଇ ଏହି ରଥ ଜିଲ୍ଲାର ସମସ୍ତ ୧୦୯ ଗୋଟି ପଞ୍ଚାୟତ କୁ ପରିକ୍ରମା କରିବ । ଆଜି ପ୍ରଥମ ଦିନରେ ଏହି ହକି ରଥ ଦକ୍ଷିଣୀପାଲି ଠାରୁ ଆରମ୍ଭ କରି ବିଶେଷ ପଟୁଆରରେ ଉଲୁଣ୍ଡା ବ୍ଲକ ର ପଞ୍ଚ ମହଲା, ଯାଲୋଏ, କଳାପଥର ଓ ମହାଦା ଗ୍ରାମ ପଞ୍ଚାୟତ କୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା କାଲି ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଛକୋରମାଲ, ରେଙ୍ଗାଲି, ମଲ୍ଲିକମୁଣ୍ଡା, ହର୍ଡଖୋଲ ଗ୍ରାମ ପଞ୍ଚାୟତ କୁ ପରିକ୍ରମା କରି ପଞ୍ଚାୟତ ସ୍ତରରେ ସମସ୍ତ ବର୍ଗର ଲୋକଙ୍କୁ ହକି ଖେଳ ସମ୍ୱନ୍ଧୀୟ ବିଶେଷ ତଥା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନରେ ସାମିଲ କରିବ ଯଦ୍ୱାରା ଚଳିତ ହକି ବିଶ୍ୱକପ ର ଉଚ୍ଚ୍ୱାସ ରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାର ସୁଯୋଗ ନେଇପାରିବେ ।

ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଜିଲ୍ଳା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି, ଛାତ୍ର ଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ସଦସ୍ୟ, ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାଂସ୍କୃତିକ ଦଳ, ସାମ୍ବାଦିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।