Friday, March 29, 2024

Top 5 This Week

Related Posts

ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଥାନା ଘେରାଉ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୨୩/୧୨) : ବିତିଗଲା ୧୨ ଦିନ । ରାୟଗଡ଼ା ଜିଲ୍ଲା ଗୁଡ଼ାରି ସହରର ନିଖୋଜ ସାଇ ସ୍ୱରୂପାଙ୍କ କୌଣସି ପତ୍ତା ମିଳିଲା ନାହିଁ । ତେଣୁ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଥାନା ଘେରାଉ କରାଯାଇଥିଲା ।

ରାୟଗଡ଼ା sp ଶ୍ରୀ ବିବେକାନନ୍ଦ ସର୍ମା ନିଖୋଜ ସାଇ ସ୍ୱରପା ଙ୍କ ଘର କୁ ଯାଇ ଦିବ୍ୟଙ୍ଗ ପିତା ଙ୍କ ସହ ଆଲୋଚନା କରିଥିଲେ । ଗୁଡୁଲା ଭେକଂଟ ରାଓ ଙ୍କ ଝିଅ ଗୁଡୁଲା ସାଇ ସୂରୁପା ଗତ ତା ୧୧. ୧୨. ୨୦୨୨ ତାରିଖ ରେ ସନ୍ଧ୍ୟା ୬.୩୦ ସମୟ ନିଖୋଜ ଅଛନ୍ତି । ୨୧.୧୨.୨୨ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ଖୋଜି ବାହାର କରିପାରୁନାହାନ୍ତି ଏଣୁ C P I (ml)Liberation ଓ ଅଖିଲ ଭାରତ ପ୍ରଗତିଶୀଳ ମହିଳା ସଂଘ (AIPWA) ତରଫରୁ – ସାଇ ସ୍ଵରୂପା – ନିଖୋଜ ହୋଇଛି ଖୋଜି ବାହାର କରିବା ଦାବିରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଥାନା ଘେରାଉ ଓ ଗୁଡାରୀ ଶିରିଗୁଡ଼ା ଛକ ଏବଂ କଲେଜ ଓ ଝିଲିମିଲି ଛକ ଠାରେ ଚକା ବନ୍ଦ କରାଯାଇଥିଲା ।

NAC ମଧ୍ୟ ରେ ଦେକାନ, ବଜାର, ସ୍କୁଲ୍, ଜଲେଜ, ବସ, ବ୍ୟାଙ୍କ ଟ୍ରାକ୍, ସମସ୍ତ କାର୍ଯ୍ୟାଳୟ ସକାଳ ୬ ଠାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା । ନିର୍ଦ୍ଦେଶ କ୍ରମେ ବାରମ୍ବାର ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ମଧ୍ୟ ନିୟମିତ ବ୍ୟବଧାନରେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି । କିନ୍ତୁ ସାଇ ସୁରୂପା କୁ ଖୋଜି କାଢ଼ିବାରେ ଅଦ୍ୟାବିଧି ପୋଲିସ ସଫଳ ହୋଇପାରିନାହାନ୍ତି ।

ନିଖୋଜ ନାବାଳିକା ଙ୍କୁ ଖୋଜି ଆଣିବା ଦାବୀ ରେ ଆଜି ରାମନଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଙ୍କ ନେତୃତ୍ବରେ ଶାନ୍ତି ପୂର୍ଣ୍ଣ ଥାନା ଘେରାଉ କରିବା ସହ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ୨ ଘଣ୍ଟିଆ ଧାରଣା ଦେଇଥିଲେ। । ତାହାସହିତ ଗୁଡ଼ାରୀ ଏନ୍ ଏ ସି ର ମୁଖ୍ୟ ଅଞ୍ଚଳର ପ୍ରବେଶ ଏବଂ ନିଷଙ୍କୁଳ ରାସ୍ତା ର ସ୍ଥାନ ମାନଙ୍କରେ CCTV ଲଗାଇବା ସହ ଥାନା ରେ ଦକ୍ଷ ଅଧିକାରୀ ଙ୍କୁ ନିୟୋଯିତ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଘେରାଉ ରେ ମଧୁବନ ସରପଞ୍ଚ ଶ୍ରୀ ବଂଶୀ ସବର, k ନରହରି, ଜଗ ନାୟକ, ରଞ୍ଜନ ରଥ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଧାରଣା ରେ ସାମିଲ ଥିଲେ ।

Popular Articles