ହତ୍ୟା କୁ ଆତ୍ମହତ୍ୟା ର ରୂପ ଦିଆଯିବା ନେଇ ଗୁରୁତର ଅଭିଯୋଗ, ତଦନ୍ତ ଦାବି

0
116
ହତ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୨୩/୧୨) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିତରା ଗ୍ରାମ ର ଜଣେ ବିଧବା ମହିଳା ଙ୍କ ପୁଅ କୁ ହତ୍ୟା କରାଯାଇଥିବା ବେଳେ ତାକୁ ପୋଲିସ ଆତ୍ମହତ୍ୟା ର ରୂପ ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି ।WhatsApp Image 2022 12 23 at 17.08.22 ହତ୍ୟା କୁ ଆତ୍ମହତ୍ୟା ର ରୂପ ଦିଆଯିବା ନେଇ ଗୁରୁତର ଅଭିଯୋଗ, ତଦନ୍ତ ଦାବି

ସୂଚନା ଅନୁଯାୟୀ, ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଞ୍ଜୀତରା ଗ୍ରାମ ର ବନିତା ମାଝୀ ନାମ୍ନୀ ଜଣେ ବିଧବା ମହିଳା ଙ୍କ ୨୦ବର୍ଷ ର ପୁଅ ପ୍ରଦିପ ମାଝୀ ସିନ୍ଧେକେଲା ଥାନା ଅନ୍ତର୍ଗତ ବେହେରା ଭଟା ଗ୍ରାମ ରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ଯାଇଥିଲେ । ସେଠି ସେ କିଛି ଦିନ ନିଜ ଜମି, ବାଡ଼ି କୁ ନେଇ ରହିଥିବା ବିବାଦ ର ସମାଧାନ କରିବାକୁ ଯାଇ ରହିଥିବା ବେଳେ ଗତ ତା୧୭-୧୧-୨୦୨୨ ରିଖ ଦିନ ସକାଳ ପ୍ରାୟ ୮ ଟା ୩୦ ମିନିଟ ସମୟ ରେ ପ୍ରଦିପ ତାଙ୍କ ମାଆ ବନିତା ଙ୍କୁ ଫୋନ୍ କରି ପାଞ୍ଚ ସହ ଟଙ୍କା ପଠେଇବା କୁ କହିଥିଲେ । ହେଲେ ଉକ୍ତ ଫୋନ କଲ୍ ଆସିବା ଅଧା ଘଣ୍ଟା ପରେ ପ୍ରଦିପ ର କକା ଦୀନବନ୍ଧୁ ମାଝୀ ଙ୍କ ବଡ ପୁଅ ବୀରେନ ମାଝୀ ଫୋନ କରି ପ୍ରଦିପ ଆତ୍ମହତ୍ୟା କରିଦେଇଛି ବୋଲି କହିଥିଲେ । ହତ୍ୟା କୁ ଆତ୍ମହତ୍ୟା ର ରୂପ ଦିଆଯିବା ନେଇ ଗୁରୁତର ଅଭିଯୋଗ ହୋଇଛି ।

ଖବର ପାଇ ନିଜ ଗ୍ରାମ ର କିଛି ଲୋକ ଓ ସମ୍ପର୍କୀୟ ବେହେରଭଟା ଗ୍ରାମ କୁ ପହଞ୍ଚି ଥିଲେ । ସେଠି ମୃତ ଅବସ୍ଥାରେ ତଳେ ସୁଆଇ ଦିଆ ଯାଇଥିବା ଦେଖିବା ସହ କିଭଳି ଓ କେଉଁ ଜାଗାରେ ସେ କେମିତି ମୃତ୍ୟୁ ବରଣ କଲା ସେ ନେଇ କିଛି ପ୍ରକାଶ ନ କରି ବେକରେ ଦଉଡ଼ି ଦେଇ ମରିଛି ବୋଲି କହିଥିବା ଅଭିଯୋଗ ହୋଇଛି । ଏପରି କି ତାକୁ ତୁରନ୍ତ ଡ଼ାକ୍ତରଖାନା ନ ନେବା ଓ ଉକ୍ତ ପରିବାର ର କିଛି ସଦସ୍ୟ ବିଶ ପିଇ ଦେଇ ପରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିବା ପ୍ରକାଶ କରିବା ନେଇ ଏହା ଏକ ହତ୍ୟା ବୋଲି ତୁରନ୍ତ ସିନ୍ଧେକେଲା ଥାନା ରେ ଅଭିଯୋଗ କରିଥିଲେ ।

ଉକ୍ତ ବେହେରା ଭଟା ଗ୍ରାମ ର,√ କିସମତ ମାଝୀ ଙ୍କୁ ବନିତା ବିବାହ କରିଥିବା ବେଳେ ତାଙ୍କ ସ୍ଵାମୀ ୧୫ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ଦିନ ମଜୁରୀ କରି ନିଜ ପୁଅ କୁ ପାଳି ଥିବା ବେଳେ ନିଜ ସ୍ଵାମୀ ଙ୍କ ଭାଇ ଭାଗ ନେଇ ପୂର୍ବରୁ ପାରିବାରିକ ଅଶାନ୍ତି ଲାଗି ରହିଥିବା ବେଳେ ମୃତ ପ୍ରଦିପ ର କେତେକ ସ୍ୱାକ୍ଷର କରିବା କୁ ପୂର୍ବରୁ ବାଦ,ବିବାଦ ଲାଗି ରହିଥିଲା । ପାରି ପାର୍ଶ୍ୱିକ ସ୍ଥିତି କ୍ରମେ ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି ।

ଏହି ଅଭିଯୋଗ ସତ୍ତ୍ଵେ ସିନ୍ଧେକେଲା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ଓ କୌଣସି ପ୍ରକାର ତଦନ୍ତ ନ କରିବା ନେଇ ମୃତ ପ୍ରଦୀପ ଙ୍କ ମାଆ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ବରିଷ୍ଟ ଆଇନଜିବୀ ଅରବିନ୍ଦ ମେହେତୋ ପୋଲିସ ର ଏହା ଅବହେଳା ବୋଲି ପ୍ରକାଶ କରିବା ସହ ଆବଶ୍ୟକ ହେଲେ ଟିଟିଲାଗଡ ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ ରେ ମାମଲା ଦାୟର କରାଯିବ ବୋଲି ପ୍ରକାଶ କରିଛନ୍ତି ।