ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୨୯/୧୧): ଆସନ୍ତା ଜାନୁଆରୀ ୩୧ତାରିଖରୁ ଫେବୃୟାରୀ ୬ ତାରିଖ ପର୍ଯ୍ୟନ୍ତ ଗୋଇବାହାଲି ଗ୍ରାମ ଠାରେ ହେବାକୁ ଥିବା ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବକୁ ଲୋକାଭିମୁଖୀ ନେଇ କମିଟି ପକ୍ଷରୁ ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପଣ୍ଡିତ ନିରଞ୍ଜନ ପୁରୋହିତଙ୍କ ପୌରାହିତ୍ୟରେ ପୁରନ୍ଦର ସାହୁ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସାହୁ କର୍ତ୍ତା ଭାବେ କାର୍ଯ୍ଯ ତୁଲାଇବେ। ଏହି ଅବସରରେ ଶ୍ରୀ ନୃସିଂହନାଥ ଠାରୁ ମାର୍ଜାର କେଶରୀଙ୍କ ଆଞାମାଲ ଆଣା ଯାଇ ଥିଲା। ପରେ କଂସ ଭୂମିକାରେ ଅଭିନୟ ପାଇଁ ମନୋ ରଞ୍ଜନ ଚିରଗୁନ ସମେତ ଅନ୍ଯାନ୍ଯ କଲାକାର ମାନଙ୍କୁ ଧନୁଯାତ୍ରା ପାଇଁ ବରଣ କରା ଯାଇଥିଲା। ଧନୁଯାତ୍ରାର ଆୟୋଜନ ସମ୍ବନ୍ଧରେ କିପରି ଆଡମ୍ବର କରାଯାଇ ପାରିବ ସେଥି ପାଇଁ କମିଟୀ ପକ୍ଷରୁ ଜୋର ସୋର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଶୁଭାରମ୍ଭ ଅବକାଶ ରେ ପଲସଦା, କେର୍ମେଲାବାହାଲ, ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।

Leave a Reply

This site uses Akismet to reduce spam. Learn how your comment data is processed.