ଜାତୀୟ ଗଣିତ ଦିବସ : ଶ୍ରୀ ଧିରେନ କୁମାର ପାତ୍ର ପୁରସ୍କୃତ

0
573
ଜାତୀୟ ଗଣିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୧୨) : କାଶୀନଗର ବ୍ଲକ ଶିଆଳି ସରକାରୀ ଉନ୍ନତ ହାଇସ୍କୁଲ ର ଗଣିତ ଶିକ୍ଷକ ଶ୍ରୀ ଧିରେନ କୁମାର ପାତ୍ର ଜାତୀୟ ଗଣିତ ଦିବସ ରେ ଗଜପତି ଜିଲ୍ଲା ର ଉତ୍ତମ ଗଣିତ ଶିକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି ।

ଆଜି ପାରଳାଖେମୁଣ୍ଡି ଗଣିତ କ୍ଲବ ତରଫରୁ ଏମ ଏମ ହାଇସ୍କୁଲ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜବାହର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶ୍ୱିନୀ କୁମାର ରାଉତ, ଶ୍ରୀ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତି ରେ ଅନୁଷ୍ଠିତ ଜାତୀୟ ଗଣିତ ଦିବସ କାର୍ଯ୍ୟକ୍ରମ ରେ ଶ୍ରୀ ଧିରେନ ପାତ୍ର ଙ୍କୁ ସମ୍ମାନିତ କରାଯାଇଛି । କାଶୀନଗର ବ୍ଲକ ର ଶିକ୍ଷକ ନେତା ଶ୍ରୀ ଦେବରାଜ ଜେନା, ଜଗଦୀଶ ପାତ୍ର, ସରପଞ୍ଚ ଶ୍ରୀ ଅଖିଳ ପାତ୍ର, ଶିଆଳି ସି ଆର ସି ସି ମୋହନ ରାଓ ଶୁଭେଚ୍ଛା ଜଣାଇଛନ୍ତି ।