ଗ୍ୟାସ ର ବ୍ୟବହାର ଉପରେ ସୁରକ୍ଷା ଶିବିର ଅନୁଷ୍ଠିତ

ରିପୋର୍ଟ-ଜଗଦିଶ୍ ଦାସ //
ଫିରିଙ୍ଗିଆ (୨୮/୧୧): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ନୂଆପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମ ଠାରେ ସୁସମା ଦିଗାଳଙ୍କ ସଭାପତିତ୍ବରେ ଗୋପୀନାଥ ଭାରତ ଗ୍ୟାସ ଗ୍ରାମିଣ ବିତରକର ନେତୃତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଅଛି ।

ଉକ୍ତ ସଭାରେ ଗ୍ରାମୀଣ ବିତରକର ଚେୟାରମ୍ୟାନ୍ ଶ୍ରୀ ଗୋପୀନାଥ କହଁର ଗ୍ୟାସ ବ୍ୟବହାରରେ କିପରି ଜଙ୍ଗଲର ସୁରକ୍ଷା, ଜୁଲିରେ ରୋଷେଇ ଫଳରେ କିପରି ମହିଳା ମାନଙ୍କର ବିଭିନ୍ନ ମାରାତ୍ମକ ରୋଗ, ଓ ପରିବାରର ସମସ୍ତଙ୍କ ଉପରେ ତାର ପ୍ରଭାବ, ପରିବେଶ ପ୍ରଦୂଷଣ, ଗୃହ ଅପରିଷ୍କାର ଆଦି ବିଷୟରେ ବୁଝାଇ ଥିଲେ | ସଭାପତି ଏଥି ସଂକ୍ରାନ୍ତରେ ସମାକଥା କହିଥିଲେ | ସମ୍ପାଦକ ସନ୍ଧ୍ୟାରାଣୀ ଦିଗାଳ, ୱାଡମ୍ବେର ପ୍ରଫୁଲ ସାହୁ, ସମାଜସେବୀ ସଞ୍ଜୟ କହଁର, ବିଶ୍ବନାଥ କହଁର,ସରୋଜିନୀ କହଁର ଆଦି ବହୁ ମହିଳା ଏକ ସ୍ବରରେ ଗ୍ୟାସ ବ୍ୟବହାର କରିବା ବୋଲି ଶପଥ ନେବା ସହ ଅନ୍ୟମାନଙ୍କୁ ପ୍ରବର୍ତାଇବା କଥା କହିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.