୨୭ରେ ବରଗଡ଼ ଧନୁଯାତ୍ରା

0
116
୨୭ରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୨୩/୧୨) : ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା । ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

୨୭ରେ ବରଗଡ଼ ଧନୁଯାତ୍ରା । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି । ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ମହାରାଜ କଂସଙ୍କ ଯୁଦ୍ଧ ଓ କଂସ ବଧର ଅଭ୍ୟାସ ହୋଇଥିଲା । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ବର୍ଷରେ ପାଦଥାପିଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ୨୭ରେ ହେବାକୁ ଥିବା ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଥିଲା ।

ଶ୍ରେୟସ ଘରେ ଖେଳୁଥିବା ସମୟରେ ତଳେ ପଡ଼ି ଅଚେତ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ପୁରୁଣା ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରେୟସ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଶ୍ରେୟସ ଅନ୍ୟ ଜଣେ କୁନି କଳାକାର ବଳରାମ ଭୂମିକାରେ ଅଭିନୟ କରୁଛନ୍ତି ।