Thursday, March 28, 2024

Top 5 This Week

Related Posts

ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସ୍କୁଲ ର ବାର୍ଷିକ କ୍ରୀଡା ଉଦ୍ଘାଟନ

 ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୨/୧୩) : ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ୨୦ତମ ବାର୍ଷିକ କ୍ରୀଡା ଉଦଘାଟିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସ୍କୁଲ ର ବାର୍ଷିକ କ୍ରୀଡା ଉଦ୍ଘାଟନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀମତି ଅନୁସୟା ମାଝୀ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ରାୟଗଡ଼ା ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ ଓ ସମ୍ମାନିୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ ।

ଉପସ୍ଥିତ ଅତିଥି ମାନେ କ୍ରୀଡାର ମହତ୍ତ୍ଵ, ଜାତୀୟ ଶିକ୍ଷାନୀତି ଓ କ୍ରୀଡା ଦ୍ୱାରା କିପରି ଶାରୀରିକ ତଥା ବୌଦ୍ଧିକ ବିକାଶ ହୋଇଥାଏ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସ୍କୁଲ ର ବାର୍ଷିକ କ୍ରୀଡାରେ ମୋଟ ୮୫୦ ଜଣ ଶିଶୁ ଭାଇ ଓ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବିଦ୍ୟାଳୟର ପରାମର୍ଶ ଦାତା ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ପରିଚାଳନା କରିଥିଲେ ଓ ଧୀରେନ୍ଦ୍ର ମିଶ୍ର, ଦିଲ୍ଲୀପ ପ୍ରଧାନ, ମନୋଜ ପଡ଼ିଆରୀ ସହ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।

Popular Articles