ମାଣ୍ଡିବିଶି ସରପଞ୍ଚ ଉପନିର୍ବାଚନ, ୧୫୫ଟି ଅଧିକ ଭୋଟରେ ଜିତିଲେ ଜିଲ୍ଲା ମାଝୀ

ରିପୋର୍ଟ: ଦେବେନ୍ଦ୍ର ନାୟକ //
କାଶୀପୁର(୨୮/୧୧): କାଶୀପୁର ବ୍ଲକ ମାଣ୍ଡି ବିଶି ପଂଚାୟତରେ ଗତକାଲି ସରପଞ୍ଚ ଉପନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ଆଜି ତାର ଫଳାଫଳ କାଶୀପୁର ବ୍ଲକ ରେ ଘୋଷଣା କରାଯାଇଛି | ସୂଚନା ଥାଉକି ଯେ ଏହି ଉପନିର୍ବାଚନ ରେ ବିଜେଡି ସମର୍ଥିତ ଜିଲ୍ଲା ମାଝୀ, ସ୍ୱାଧୀନ ଓ କଂଗ୍ରେସ ର ମିଳିତ ପ୍ରାର୍ଥୀ ଏମଏଲଏ ମାଝୀଙ୍କୁ ୧୫୫ଟି ଭୋଟରେ ପରାସ୍ତ କରି ନୂତନ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି |

ଏହି ଉପନିର୍ବାଚନ ରେ ମୋଟ ୨୫୦୫ ଖଣ୍ଡ ଭୋଟ ରୁ ଜିଲ୍ଲା ମାଝୀ ୧୨୬୨ ଟି ଭୋଟ ପାଇଥିବା ବେଳେ ଏମଏଲଏ ମାଝୀ ୧୧୦୭ ଖଣ୍ଡ ଭୋଟ ପାଇଛନ୍ତି | ସେଥିମଧ୍ୟରୁ ୧୩୬ଟି ଭୋଟ ରଦ୍ଦ ହୋଇଛି | ଉଭୟ ଦଳ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥିବା ବେଳେ ବିଜେଡିର କର୍ମୀ ମାନେ ଏହି ବିଜୟକୁ ଅତି ଧୂମଧାମ ରେ ବାଣ ବାଜା ସହିତ କାଶୀପୁର ପରିକ୍ରମା କରି ମନାଇଛନ୍ତି | ଏହି ବିଜୟର ସମସ୍ତ ଶ୍ରେୟ କର୍ମୀ ଏବଂ ନବୀନ ପତ୍ତନୟକ ଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ବୋଲି ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ଅମିତ ନାୟକ କହିଛନ୍ତି | ମାଣ୍ଡି ବିସିର ଶ୍ରୀ ବିଘ୍ନେଶ୍ୱର ମିଶ୍ର ତାଙ୍କ ପଂଚାୟତର ସମସ୍ତ କର୍ମୀ ଏବଂ ଲୋକମାନଙ୍କୁ ତାଙ୍କ ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.