ବିଶ୍ୱ କପ ହକି କୁ ଜନାଦୃତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଭିନବ ପ୍ରୟାସ

0
120
ବିଶ୍ୱ କପ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୧୨) : ଆସନ୍ତା ମାସ ରେ ଓଡିଶା ରେ ଆୟୋଜିତ ହେବା କୁ ଥିବା ଜାତୀୟ ଖେଳ ବିଶ୍ୱ କପ ହକି କୁ ସାରା ସୁବର୍ଣ୍ଣପୁର ଜିଲ୍ଲା ରେ ଜନାଦୃତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଭିନବ ପ୍ରୟାସ ।WhatsApp Image 2022 12 22 at 22.07.47 ବିଶ୍ୱ କପ ହକି କୁ ଜନାଦୃତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଭିନବ ପ୍ରୟାସ

ଆମ ଜିଲ୍ଲା ର ବିଶ୍ୱ କପ ହକି ଖେଳାଳୀ ଙ୍କୁ ହକି ଫ୍ୟାନ୍ସ ଙ୍କୁ ଓ ସାଧାରଣ ଲୋକ ଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଆୟୋଜକ ଓଡ଼ିଶା ରାଜ୍ୟ କୁ ସମସ୍ତ ସହଯୋଗ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଫିସ କ୍ୟାମ୍ପସ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପ୍ରକାଶ କରିଥିଲେ । ଏକ ବର୍ଣାଢ୍ୟ ପରିବେଶ ରେ ଆୟୋଜିତ ଏହି ସମ୍ମିଳନୀ ରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଆହୁରି କହିଥିଲେ ଯେ ଜିଲ୍ଲାସାରା ସବୁ ପଞ୍ଚାୟତ କୁ କାଲିଠୁଁ ବୁଲିବ ଏକ ସଚେତନତା ରଥ । ଏହାକୁ ଏକ ମହୋତ୍ସବ ଭଳି ପାଳନ କରିବା ପାଇଁ ଏବଂ ପ୍ରତ୍ୟେକ ଖେଳ ପ୍ରେମୀ ଙ୍କୁ ହକି ପ୍ରତି ଆକର୍ଷଣ କରାଇବାକୁ ଜିଲ୍ଲା ସ୍ତରୀୟ ସମସ୍ତ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି, ସମାଜସେବୀ, ସାମ୍ବାଦିକ ଓ ସମସ୍ତ ଅନୁଷ୍ଠାନ କୁ ନିବେଦନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଆମ ଜାତୀୟ ଖେଳ ହକି ଏବେ ସୁଦ୍ଧା ତାରି ହକ ପାଇନି । ଫୁଟବଲ କ୍ରିକେଟ ଭଳି ହକି ଖେଳ କୁ ଅଧିକ ରୁ ଅଧିକ ଦର୍ଶକ ଦେଖିବାକୁ ଏବଂ ସାରା ଭାରତ ରେ ଲୋକାଭିମୁଖୀ କରିବାକୁ ଓ ଏହାର ସୁଦୂର ପ୍ରଚାର ପ୍ରସାର କରିବାକୁ ସମସ୍ତ ଙ୍କ ପ୍ରୟାସ ଜରୁରୀ ବୋଲି କହିଥିଲେ । ହକି ର ସବୁ କ୍ରିୟା କଳାପ ରେ ଭାଗ ନେଇ ଏହାକୁ ସ୍ମରଣୀୟ କରିବାକୁ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ର ଏଇ ଭିତ୍ତିଭୂମି ଓ ସମସ୍ତ ଆୟୋଜନ କୁ ସହଯୋଗ କରିବାକୁ ଓ ଉତ୍ସାହ ବଢ଼ାଇବାକୁ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ମତ ରଖିଥିଲେ । ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଓ ସାମ୍ବାଦିକ ଯୋଗ ଦେଇଥିଲେ ।