Advertisements

ରାୟଗଡାରେ ସ୍ୱଚ୍ଛତା ନା ରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି ବିଜ୍ଞାପନ ଦାତା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା(୨୮/୧୧/୨୦୧୯): ସ୍ୱଚ୍ଛତାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି | ଏହି ସ୍ଵଛତା କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଅଛି | ଏବଂ ଲୋକଙ୍କୁ ସଚେତନ ଓ ସଜାଗ କରା ଯାଉଅଛି | ଏପରିକି ରାୟଗଡ଼ ଜିଲ୍ଲା ପୌର ପରିଷଦ ପକ୍ଷରୁ ମଧ୍ୟ ସ୍ଵଛତା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି |

ପ୍ରତ୍ୟକ ଦିନ ପୌର ପରିଷଦ ପକ୍ଷରୁ ରାୟଗଡ଼ର ନାଳ, ନର୍ଦ୍ଧମା ରାସ୍ଥା,ଘାଟ ର ସଫେଇ କାର୍ଯ୍ୟ ଜୋରସୋରରେ ଚାଲିଛି | କିନ୍ତୁ,ଗତ କିଛି ଦିନ ହେବ ସ୍ଵଛତାକୁ ଉପହାସ କରିଲା ଭଳି ଏକ ବେସରକାରୀ ସଂସ୍ଥା “ଲେଟ୍ରିନ କ୍ଲିନ”ବୋଲି ଲେଖିକି ସେଥିରେ ଫୋନ ନମ୍ବର ସହିତ କାହାକୁ ନ ପଚାରି ମନଇଛା ଲୋକଙ୍କ ଘରେ ଦୁଆରେ ନିଜ ସଂସ୍ଥାର ବିଜ୍ଞାପନ ଆଙ୍କିଦେଇ ଯାଇଥିବାକୁ ନେଇ ଅଭିଯୋଗ ହୋଇଛି | ଏପରିକି ସରକାରୀ ଜିଲ୍ଲା କୋଷାଗାରର ପାଚେରୀ,ବିଦ୍ୟୁତ ଖୁଣ୍ଟ, ଲ୍ୟାମ୍ପର ପାଚେରୀ,ପୋଲିସ କଲୋନୀର ପାଚେରୀରେ ବଡ଼ ବଡ଼ ଅକ୍ଷରରେ ଏହି “ଲେଟ୍ରିନକ୍ଲିନ” ର ବିଜ୍ଞାପନକୁ ଲେଖା ଯାଇଅଛି | ଏହି ପ୍ରକାର ବିଜ୍ଞାପନକୁ ସ୍ଥାନୀୟ ଜନସାଧାରଣ ତୀବ୍ର ନିନ୍ଦା କରିବା ସହ ଏହା ଲିଭାଇବା ପାଇଁ ଦାବିକରିଛନ୍ତି |

ଏହି ପ୍ରକାର ପାଚେରୀ ଗୁଡାକରେ ହାତଲେଖା ବିଜ୍ଞାପନ ଦେଖିବାକୁ ମିଳିଛି, ବ୍ରାହ୍ମଣ ସାହି ଠାରୁ, ମଝିଘରିଆଣି ମନ୍ଦିର ରାସ୍ତାରେ ଓ ରାୟଗଡ଼ର ମୁଖ୍ୟ ବଜାରଠୁଁ ରାମା ଟୋକିଜ ପର୍ୟନ୍ତ ଏପରିକି ପୋଲିସ କଲୋନୀ କ୍ୱାଟର ପାଚେରୀରେ ମଧ୍ୟ ଲେଖା ହଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି | ସ୍ୱଛତା କହିଲେ କେବଳ ଯେ, ରାସ୍ତାଘାଟ, ନାଳନର୍ଦ୍ଧମା ଗୁଡିକୁ ଆବର୍ଜନା ମୁକ୍ତ ରଖିବା ତାହା ନୁହେଁ, ରାସ୍ତାଘାଟ ସହିତ ରାସ୍ତା କଡେ଼କଡେ ଠିଆ ହୋଇଥିବା ସରକାରୀ କିମ୍ବା ବେସରକାରୀ ପାଚେରୀ,ରାସ୍ତା କଡରେ ଲଗା ହୋଇଥିବା ହୁଡିଙ୍ଗ ଗୁଡିକରେ ଲେଖାଯାଉଥିବା ଅନାବନା ଵିଜ୍ଞାପନ ମଧ୍ୟ ପରିବେଶକୁ ଅସୁନ୍ଦର କରିଥାଏ | ଏପରିକି ଏହି ବିଜ୍ଞାପନ ଗୁଡିକୁ ଦେଖୁଥିବା ଏବଂ ପଢିବା ଲୋକଙ୍କ ମାନସିକ ବିକୃତ ଓ ସାତ୍ଵିକ ପ୍ରଭାବ ମଧ୍ୟ ପକାଇଥାଏ |ତେଣୁ କରି ସରକାର ପ୍ରତ୍ୟେକ ସରକାରୀ ପାଚେରୀ କାନ୍ଥରେ ନିଜ ନିଜ ଅଞ୍ଚଳର ଲୋକ କଳାକୃତି ତଥା ରେଖାଚିତ୍ର ମାଧ୍ୟମରେ ବିଭିନ୍ନ ଶିକ୍ଷଣୀୟ ଲୋକକଥାକୁ ପ୍ରଦର୍ଶିତ କରିବାର ନିର୍ଦ୍ଧେଶ ନାମା ଜାରିକରିଛନ୍ତି |

ସହରର କିଛିଟା ସରକାରୀ ପାଚେରୀରେ ଏସବୁ ସୁନ୍ଦର କଳାକୃତି ଦେଖିବାକୁ ମିଳୁଥିଲେ ସୁଦ୍ଧା, ସରକାରଙ୍କ ତରଫରୁ ଏହି ନିର୍ଦ୍ଧେଶକୁ କଡାକଡି ଭାବେ ପାଳନ କରାଯାଉନାହିଁ | ରାୟଗଡ଼ ସହରର ପ୍ରାୟ ପ୍ରତ୍ୟେକ ପାଚେରୀ ଓ ରାସ୍ତା କଡରେ ବିଭିନ୍ନ ହୁଡିଙ୍ଗରେ ବିଭିନ୍ନ କମ୍ପାନୀ ଗୁଡିକର ଵିଜ୍ଞାପନ, ଲେଡୀଫଟା, ମଳମୂତ୍ର ପରୀକ୍ଷା, ବିଭିନ୍ନ ଆୟୁର୍ବେଦିକ, ହୋମିଓ ପଥିକ ଡାକ୍ତରଙ୍କ ବିଭିନ୍ନ ରୋଗକୁ ନେଇ ନିରାକରଣ ଓ ଚିକିତ୍ସାର ଵିଜ୍ଞାପନ, ବଡ଼ବଡ଼ ଅକ୍ଷରରେ ଗର୍ଭନିରୋଧ ଔଷଧ, କେଉଁଠି ସେପ୍ଟି ଲେଟିନକୁ ନେଇ ବିରାଟ ବିରାଟ ଵିଜ୍ଞାପନ, ତ କେଉଁଠି ସିଧାସଳଖ ବିଭିନ୍ନ ଡିଗ୍ରୀ ଉପଲବ୍ଧ କରାଇଦେବାର ପ୍ରତିଶୃତିର ଵିଜ୍ଞାପନ ଦେଖିବାକୁ ମିଳୁଛି | ସହରର ଯେଉଁଆଡେ ଆଖିବୁଲାଇବ ଏପରି ଅନାବନା ବିଷୟକୁ ନେଇ ଯୋଗାଯୋଗ ଫୋନ ନମ୍ବର ସହିତ ଏହିପରି ଵିଜ୍ଞାପନ ଅନେକ ସମୟରେ ପଥଚାରୀ ସହିତ ସହରର ସୁନ୍ଦରତା ଉପରେ ପ୍ରଭାବ ପକାଉଛି |

ଏହି ବିଜ୍ଞାପନ ପ୍ରଦର୍ଶନ ପ୍ରାଦୁର୍ଭାବ ଏହିପରି ବଢ଼ିଲାଣି ଯେ ଯୁଆଡେ ନଜର ପକାଇବ ବିଜ୍ଞାପନ ହିଁ ବିଜ୍ଞାପନ ଦେଖା ଯାଉଛି | ଏହିସବୁ ଆଇନ ବିରୋଧୀ କାର୍ଯ୍ୟପ୍ରତି କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ନିଘା ନାହିଁ | କିମ୍ବା ସେମାନଙ୍କ ସହମତି କ୍ରମେ ଏହିସବୁ ଵିଜ୍ଞାପନ ଲଗାଇବାର ଦୁଃସାହସ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି | ଏହି ପ୍ରକାର ବିଜ୍ଞାପନ ସଂସ୍ଥା ତାହା ତଦନ୍ତ ସାପେକ୍ଷ | ତେଣୁ ରାୟଗଡା ପ୍ରଶାସନିକ ଅଧିକାରୀଙ୍କୁ ସାଧାରଣ ଜନତା ନିବେଦନ କରିଛନ୍ତି | ଯଥାଶୀଘ୍ର ଏହାର ପ୍ରତିକାର ଉପରେ କିଛି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଉଚିତ ପଦକ୍ଷେପ ନିଆଗଲେ ଆମ ରାୟଗଡ଼ ସହର ବି ସବୁଜ ସୁନ୍ଦର ରାୟଗଡ଼ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

Advertisements

Comments are closed.