ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୧୨) : ଗୁଣୁପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ର ତୃତୀୟ ଦିନରେ ଶାଖା ନଂ ୧ ଓ ୨ ଦ୍ଵାରା ଆଜି ପୋଷ୍ୟଗ୍ରାମ ହାଉସିଂ ବୋର୍ଡ କୋଲୋନି ଓ ବନ୍ଦୁଗୁଡା ରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।
ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର କେ ନାଭ୍ୟା ଯୋଗଦେଇ ୫୯ ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସ୍ଵେଚ୍ଛାସେବୀ ମାନେ ରୋଗୀ ତଥା ବୟସ୍କ ଲୋକମାନଙ୍କ କେନ୍ଦ୍ରରେ ପହଞ୍ଚାଇବା ସହ ଗ୍ରାମ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଡକ୍ଟର ନାଭ୍ୟାଙ୍କ ସହ ଉପଖଣ୍ଡ ଚିକିତ୍ସାଳୟର ବି. ଛାୟାପତି, ଶର୍ମୀଳ । ପାତ୍ର, ଦିଲିପ କୁମାର ଓ ଆଶାକର୍ମୀ ବିରାଜିନି ଗନ୍ତାୟତ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଦିତୀୟ ପର୍ଯ୍ୟାୟରେ ବାଲ୍ୟ ବିବାହର ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଶ୍ରୀଯୁକ୍ତ ରତନେଶ୍ୱର ସାହୁ ଓ ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ଶୀବରାର୍ଥୀ ମାନଙ୍କୁ ସଚେତନ କରିବା ସହ ବାଲ୍ୟ ବିବାହ ପରି ଏକ କୁସଂସ୍କାର କୁ ସମାଜରୁ ବିଲୋପ କରିବାପାଇଁ ଅନୁରୋଧ କରିଥିଲେ । ସନ୍ଧ୍ୟାରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପୋଷ୍ୟ ଗ୍ରାମରେ ବାଲ୍ୟ ବିବାହ ଉପରେ ଅନୁଷ୍ଠିତ ହୋଇଥିଲା ।
ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ପୁରୋହିତରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅମୀୟ ରଞ୍ଜନ ମହାନ୍ତି ଓ ଡ଼. ଦେବିଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ସଫଳ ହୋଇଥିଲା । ଶିବୀରାର୍ଥୀ ସାଗର, ଚନ୍ଦ୍ରକାନ୍ତ , ବିନୋଦ, ଦେବୀଅମୃତା, ନିଷିତା, ଅଞ୍ଜଳି, ଶ୍ରୀୟା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।