ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
173
ସ୍ଵାସ୍ଥ୍ୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୧୨) : ଗୁଣୁପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ର ତୃତୀୟ ଦିନରେ ଶାଖା ନଂ ୧ ଓ ୨ ଦ୍ଵାରା ଆଜି ପୋଷ୍ୟଗ୍ରାମ ହାଉସିଂ ବୋର୍ଡ କୋଲୋନି ଓ ବନ୍ଦୁଗୁଡା ରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 22 at 20.24.41 ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର କେ ନାଭ୍ୟା ଯୋଗଦେଇ ୫୯ ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସ୍ଵେଚ୍ଛାସେବୀ ମାନେ ରୋଗୀ ତଥା ବୟସ୍କ ଲୋକମାନଙ୍କ କେନ୍ଦ୍ରରେ ପହଞ୍ଚାଇବା ସହ ଗ୍ରାମ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଡକ୍ଟର ନାଭ୍ୟାଙ୍କ ସହ ଉପଖଣ୍ଡ ଚିକିତ୍ସାଳୟର ବି. ଛାୟାପତି, ଶର୍ମୀଳ । ପାତ୍ର, ଦିଲିପ କୁମାର ଓ ଆଶାକର୍ମୀ ବିରାଜିନି ଗନ୍ତାୟତ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଦିତୀୟ ପର୍ଯ୍ୟାୟରେ ବାଲ୍ୟ ବିବାହର ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଶ୍ରୀଯୁକ୍ତ ରତନେଶ୍ୱର ସାହୁ ଓ ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ଶୀବରାର୍ଥୀ ମାନଙ୍କୁ ସଚେତନ କରିବା ସହ ବାଲ୍ୟ ବିବାହ ପରି ଏକ କୁସଂସ୍କାର କୁ ସମାଜରୁ ବିଲୋପ କରିବାପାଇଁ ଅନୁରୋଧ କରିଥିଲେ । ସନ୍ଧ୍ୟାରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପୋଷ୍ୟ ଗ୍ରାମରେ ବାଲ୍ୟ ବିବାହ ଉପରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 12 22 at 20.24.41 2 ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ପୁରୋହିତରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅମୀୟ ରଞ୍ଜନ ମହାନ୍ତି ଓ ଡ଼. ଦେବିଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ସଫଳ ହୋଇଥିଲା । ଶିବୀରାର୍ଥୀ ସାଗର, ଚନ୍ଦ୍ରକାନ୍ତ , ବିନୋଦ, ଦେବୀଅମୃତା, ନିଷିତା, ଅଞ୍ଜଳି, ଶ୍ରୀୟା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।