ସହର ମଝିରେ ମଦ ଭାଟି ନେଇ ଜନ ଅସନ୍ତୋଷ, ବଢୁଛି ମଦୁଆ ଙ୍କ ମାତ୍ରାଧିକ ଦୌରାତ୍ମ 

0
97
ସହର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୨/୧୨) : ଟିଟିଲାଗଡ ସହର ମଝିରେ ଦେଶି ମଦ ଭାଟି ଦୀର୍ଘ ବର୍ଷ ଧରି ରହିଆସିଥିବା ବେଳେ ମଦୁଆ ଙ୍କ ମାତ୍ରାଧିକ ଦୌରତ୍ମ୍ ବୃଦ୍ଧି ପାଉଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।

ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ସହର ମଝି ରେ ନେହେରୁ ନଗର ଭାବେ ନାମିତ କରାଯାଇଥିବା ଏହି ୱାର୍ଡ ରେ ଦେଶି ମଦଭାଟି ରହିଛି । ମଦଭାଟି ପଡା ରୂପେ ପରିଚିତ ଥିବା ଏହି ସାଇ କୁ ପରେ ନେହେରୁ ନଗର ଭାବେ ପ୍ରଶାସନ ପକ୍ଷରୁ ନାମିତ କରାଯାଇ ଥିଲା । ହେଲେ ବିଗତ ଦିନରେ ବାରମ୍ୱାର ଏହି ମଦଭାଟି ଚାରିପଟେ ରହିଥିବା ସାଇ ବାସିନ୍ଦା ଙ୍କ ଦାବି ନେଇ ଉକ୍ତ ମଦଭାଟି କୁ ସରକାରୀ ଭାବେ ବନ୍ଦ କରାଯାଇ ଥିଲା । ହେଲେ ଉକ୍ତ ମଦଭାଟି ପାର୍ଶ୍ଵରେ ସରକାରୀ ମଦ ବିକ୍ରୟ କେନ୍ଦ୍ର ନାମରେ ମଦ ବିକ୍ରି ଆରମ୍ଭ ହୋଇଥିଲା ।

ଯଦ୍ୱାରା ମଦ ବିକ୍ରି ଅଧିକ ମାତ୍ରା ରେ ପୂର୍ବ ଭଳି ବୃଦ୍ଧି ପାଇ ଥିବା ସହ, ଉକ୍ତ ମଦ ଭାଟି ରେ ପୂର୍ବ ଭଳି ମଦ ପ୍ରସ୍ତୁତି ଓ ବେଆଇନ ଭାବେ କୁଚିଆ ବ୍ୟବସାୟୀ ଓ ଅନେକ ଗ୍ରାମାଞ୍ଚଳ ର ବଡ,ବଡ ବ୍ୟବସାୟୀ ଙ୍କୁ ନିୟମିତ ଚାଲାଣ କରାଯାଉଛି । ସହର ମଝି ରେ ଏହି ମଦ ଭାଟି ଓ ମଦ ବିକ୍ରି ଯୋଗୁଁ ଉକ୍ତ ମୁଖ୍ୟ ରାସ୍ତା ଦେଇ ମହିଳା, କଲେଜ, ସ୍କୁଲ, ଛାତ୍ର, ଛାତ୍ରୀ ମଦ ର ଦୁର୍ଗନ୍ଧ ସହ ମଦୁଆ ଙ୍କ ମାତ୍ରାଧିକ ଦୌରାତ୍ମ୍ ର ଶିକାର ହେଉଛନ୍ତି । ଏ ନେଇ ସରକାରୀ ଭାବେ ଏହି ବେଆଇନ୍ ମଦ ଭାଟି ସହ ମଦ ପ୍ରସ୍ତୁତି ଓ ଚାଲାଣ ତଥା ବିକ୍ରୀ ବନ୍ଦ ନିମନ୍ତେ ସାଧାରଣ ରେ ଦୃଢ଼ ଦାବି ହେଉଛି ।