ମାଣ୍ଡିଆ ଅମଳ ପ୍ରକ୍ରିୟା କେତେ ପରିଶ୍ରମ

0
270
ମାଣ୍ଡିଆ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟନପୁର ପଞ୍ଚାୟତ ର ପଡେଇକାନି ଗ୍ରାମରେ ଓଡ଼ିଶା ସରକାର ଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ପାଣିର ଗାର । ମାଣ୍ଡିଆ ଅମଳ ପ୍ରକ୍ରିୟା କେତେ ପରିଶ୍ରମ ।WhatsApp Image 2022 12 22 at 11.13.27 ମାଣ୍ଡିଆ ଅମଳ ପ୍ରକ୍ରିୟା କେତେ ପରିଶ୍ରମ

କାରଣ ଉଠା ଜଳସେଚନ ବିଭାଗ ତରଫରୁ ୩ଟି ଲିଫ୍ଟ ପଏଣ୍ଟ ୨୦୧୮ ମସିହାରେ ନିର୍ମାଣ କଲେ ପାଇପ ପୋତିଲେ କରେଣ୍ଟ ଟ୍ରାନ୍ସଫର୍ମର ବସେଇଲେ ହେଲେ ମଟର ନ ବସେଇ ପାଖାପାଖି ୨୦ ଲକ୍ଷ ଟଙ୍କା ହଡପ କଲେ । ସେହି ପଡେଇକାନି ଗାଁ ଏମ ଆଇ ତରଫରୁ ୬୯ଲକ୍ଷର ମୁଣ୍ଡା ତିଆରି କଲେ କେନାଲ ନାହିଁ । ତେବେ ପଡେଇକାନି ପାଇଁ ଚାଷ କରିବାରେ କଷ୍ଟ କର ହେବାରୁ ପଡେଇକାନିରେ ଚାଷୀ ମାନେ ମାଣ୍ଡିଆ ଚାଷ କୁ ଆପଣେଇ ନେଲେ ।

ନିଜର ପରିବାର ପୋଷଣ ଭରଣ ପାଇଁ ମାଣ୍ଡିଆଚାଷ ଉପରେ ନିର୍ଭର କରି ମାଣ୍ଡିଆ ଚାଷ କୁ ଗୁରୁତ୍ୱ ଦେଇଛନ୍ତି ।ମାଣ୍ଡିଆ ଚାଷ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଢୁଥାଏ । ପ୍ରଥମେ ମାଣ୍ଡିଆ କୁ ତୋଳି ପକାନ୍ତି ତୋଳି ପକେଇ ଏକ ମାସରୁ ୪୦ଦିନ ମଧ୍ୟରେ ରୁଆ କରନ୍ତି । ୪ମାସ ପରେ ମାଣ୍ଡିଆ କୁ କାଢ଼ନ୍ତି ସୁଖାନ୍ତି ପୁରା ଶୁଖିଲା ପରେ ଠେଙ୍ଗା ସହ ପୀଠନ୍ତି ତା ପରେ ପବନ ରେ ଉଢେ଼ଇ ଥାନ୍ତି । ଅମଳ ସରିଲେ ତାକୁ ବିକ୍ରି କରି ପରିବାର ପୋଷଣ ଭରଣ କରିଥାନ୍ତି ।

ସେତିରୁ ଯାହା ବଞ୍ଚିଲା ସ୍ଵାସ୍ଥ୍ୟ ପିଲାଙ୍କ ପାଠ ପଢା ରେ ଖର୍ଚ୍ଚ କରନ୍ତି । ତେଣୁ କଲ୍ୟାଣସିଂହପୁର ବ୍ଲକ ର ପଡେଇକାନି ଗାଁ ମାଣ୍ଡିଆ ଚାଷ ପାଇଁ ଫେମସ, ଧାନ ଫସଲ ଅମଳ କରିବା ପାଇଁ ସରକାର ଙ୍କୁ ଲିଖିତ ଅଭିଯୋଗ କରି କରି ଥକିଗଲୁ ବୋଲି ଗ୍ରାମ ର ପିଡ଼ିସିକା ରାଉତ, ପିଡ଼ିସିକା ଭିକ, ରାମ ଦାସ ହିକକା, ପରମେଶ୍ବର ପିଡ଼ିସିକା, କାଡ୍ରାକା ସାଙ୍ଗନା, କାଡ୍ରାକା କମାୟା, କୃଷ୍ଣ ପିଡ଼ିସିକା, ରୋହୀଦଶ ପିଡ଼ିସିକା ପ୍ରମୁଖ କହିଛନ୍ତି।