ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟନପୁର ପଞ୍ଚାୟତ ର ପଡେଇକାନି ଗ୍ରାମରେ ଓଡ଼ିଶା ସରକାର ଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ପାଣିର ଗାର । ମାଣ୍ଡିଆ ଅମଳ ପ୍ରକ୍ରିୟା କେତେ ପରିଶ୍ରମ ।
କାରଣ ଉଠା ଜଳସେଚନ ବିଭାଗ ତରଫରୁ ୩ଟି ଲିଫ୍ଟ ପଏଣ୍ଟ ୨୦୧୮ ମସିହାରେ ନିର୍ମାଣ କଲେ ପାଇପ ପୋତିଲେ କରେଣ୍ଟ ଟ୍ରାନ୍ସଫର୍ମର ବସେଇଲେ ହେଲେ ମଟର ନ ବସେଇ ପାଖାପାଖି ୨୦ ଲକ୍ଷ ଟଙ୍କା ହଡପ କଲେ । ସେହି ପଡେଇକାନି ଗାଁ ଏମ ଆଇ ତରଫରୁ ୬୯ଲକ୍ଷର ମୁଣ୍ଡା ତିଆରି କଲେ କେନାଲ ନାହିଁ । ତେବେ ପଡେଇକାନି ପାଇଁ ଚାଷ କରିବାରେ କଷ୍ଟ କର ହେବାରୁ ପଡେଇକାନିରେ ଚାଷୀ ମାନେ ମାଣ୍ଡିଆ ଚାଷ କୁ ଆପଣେଇ ନେଲେ ।
ନିଜର ପରିବାର ପୋଷଣ ଭରଣ ପାଇଁ ମାଣ୍ଡିଆଚାଷ ଉପରେ ନିର୍ଭର କରି ମାଣ୍ଡିଆ ଚାଷ କୁ ଗୁରୁତ୍ୱ ଦେଇଛନ୍ତି ।ମାଣ୍ଡିଆ ଚାଷ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଢୁଥାଏ । ପ୍ରଥମେ ମାଣ୍ଡିଆ କୁ ତୋଳି ପକାନ୍ତି ତୋଳି ପକେଇ ଏକ ମାସରୁ ୪୦ଦିନ ମଧ୍ୟରେ ରୁଆ କରନ୍ତି । ୪ମାସ ପରେ ମାଣ୍ଡିଆ କୁ କାଢ଼ନ୍ତି ସୁଖାନ୍ତି ପୁରା ଶୁଖିଲା ପରେ ଠେଙ୍ଗା ସହ ପୀଠନ୍ତି ତା ପରେ ପବନ ରେ ଉଢେ଼ଇ ଥାନ୍ତି । ଅମଳ ସରିଲେ ତାକୁ ବିକ୍ରି କରି ପରିବାର ପୋଷଣ ଭରଣ କରିଥାନ୍ତି ।
ସେତିରୁ ଯାହା ବଞ୍ଚିଲା ସ୍ଵାସ୍ଥ୍ୟ ପିଲାଙ୍କ ପାଠ ପଢା ରେ ଖର୍ଚ୍ଚ କରନ୍ତି । ତେଣୁ କଲ୍ୟାଣସିଂହପୁର ବ୍ଲକ ର ପଡେଇକାନି ଗାଁ ମାଣ୍ଡିଆ ଚାଷ ପାଇଁ ଫେମସ, ଧାନ ଫସଲ ଅମଳ କରିବା ପାଇଁ ସରକାର ଙ୍କୁ ଲିଖିତ ଅଭିଯୋଗ କରି କରି ଥକିଗଲୁ ବୋଲି ଗ୍ରାମ ର ପିଡ଼ିସିକା ରାଉତ, ପିଡ଼ିସିକା ଭିକ, ରାମ ଦାସ ହିକକା, ପରମେଶ୍ବର ପିଡ଼ିସିକା, କାଡ୍ରାକା ସାଙ୍ଗନା, କାଡ୍ରାକା କମାୟା, କୃଷ୍ଣ ପିଡ଼ିସିକା, ରୋହୀଦଶ ପିଡ଼ିସିକା ପ୍ରମୁଖ କହିଛନ୍ତି।