Friday, March 29, 2024

Top 5 This Week

Related Posts

ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୨/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ମଣ୍ଡଳ ସ୍ତରୀୟ ବିଜେପି କର୍ମୀ ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଆଜି ରେଳବାଇ ଜେନେରାଲ ମ୍ୟାନେଜର ଆର ଏନ ଶୁଙ୍କରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।WhatsApp Image 2022 12 22 at 10.39.09 ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ

ଆଜି ଖ ଜୋନ ର ବିଜେପି ଦଳର ଯୁବ ମୋର୍ଚ୍ଚା ର ସଭାପତି ଦିଲ୍ଲୀପ ମିଣିୟାକା ଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗଙ୍ଗା ରାଓ ପ୍ରାସ୍କା, କେନ୍ଦ୍ର ସଂଯୋଜକ ହଳଧର ମିଶ୍ର ଦଳ ବାହାରି ରାୟଗଡ଼ା ରେ ପହଞ୍ଚି ରେଳବାଇ ଡ଼ିଆରେଏମ ଅନୁପ ଶତପଥୀ ଓ ଜେନେରାଲ ମ୍ୟାନେଜର ଆର ଏନ ଶୁନକରଙ୍କୁ ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

ଉକ୍ତ ପତ୍ରରେ କରୋନା ପୂର୍ବରୁ ଟ୍ରେନ ରହୁଥିଲା । କରୋନା ଯୋଗୁଁ ବନ୍ଦ କରି ଦିଆଯାଇଛି । ଏହି ଷ୍ଟେସନ ଉପରେ ୩ଟି ବ୍ଲକର ୨୧ଟି ଗ୍ରାମପଞ୍ଚାୟତ ରୁ ପ୍ରାୟ ୩ ଲକ୍ଷ ରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ଏହି ଅଞ୍ଚଳରେ ବ୍ୟବସାୟି ଗୁଡିକ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା, ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଘୋର ଅସୁବିଧା ହେଉଛି । କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଆମ ଅଞ୍ଚଳରେ ଓଡ଼ିଶା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେବଗିରି ଶିବ ମନ୍ଦିର ଓ ରାଇଲିମା ଜଳପ୍ରପାତ ରହିଛି ।

ଏହା ପୂର୍ବରୁ ଜୁନ ୧୬ ତାରିଖ ବିଶାଖାପାଟଣାମ ର ଡି. ଆର. ଏମ୍ ଙ୍କୁ ସାକ୍ଷାତ କରି ଲିଖିତ ଦେଇଥିଲେ । ବର୍ତ୍ତମାନ କୋଭିଡ ସ୍ଥିତି ସୁଧୁରିବା ସହ ସ୍ୱାଭାବିକ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେଇଛି । ତେଣୁ ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ ରହଣୀ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଏହି ସମୟରେ ବିଜେପି ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

Popular Articles