ରାୟଗଡା ରେ ଏନସିସି ଦିବସ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୨୭/୧୧): ରାୟଗଡା ସ୍ଥିତ ମହିଳାମହାବିଦ୍ୟାଳୟରେ ଏନସିସି ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି | କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ ଏନସିସି କ୍ୟାପଟେନ ଶ୍ରୀମତୀ ରିତାରାଣୀ ମିଶ୍ର | କାର୍ଯ୍ୟକ୍ରମଟିର ଶୁଭାରମ୍ଭ ପତକା ଉତ୍ତୋଳନରୁ ହୋଇଥିଲା |

କାର୍ଯ୍ୟକ୍ରମକୁ ମୁଖ୍ୟଅତିଥୀ ଭାବେ ରାୟଗଡା ଏସ୍ଡ଼ିପିଓ ଶ୍ରୀଯୁକ୍ତ ତପନ ନାରାୟଣ ରଥ, ସମ୍ମାନିତ ଅତିଥୀ ଡ଼ଃ.ଦୁଷ୍ମନ୍ତ କୁମାର ମହାନ୍ତି, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଡ଼ଃ ରେବା ପତ୍ର, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ଼ଃ କୃପାସିନ୍ଧୁ ପାଣିଗ୍ରାହୀ, ଶ୍ରୀମତୀ ସୁଷମା ଦାସ, ସିଆଇଟିଏମ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ରାଜେଶ ପାଢ଼ୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ସ୍ୱାଗତ କରାଯାଇଥିଲା | ଶ୍ରୀମତୀ ରିତା ମିଶ୍ର ମଞ୍ଚସ୍ଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଏହି କାର୍ୟକ୍ରମରେ ୫୩ଜଣ ଏନସିସି ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ମୁଖ୍ୟ ଅତିଥୀ ଶ୍ରୀଯୁକ୍ତ ରଥ ପ୍ରଥମେ ପତକା ଉତ୍ତୋଳନ କରି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ | ଛାତ୍ରୀଙ୍କ ମଧ୍ୟରେ କିଛିଟା ପ୍ରତିଯୋଗିତା ରଖାଯାଇଥିଲା | କୃତି ପ୍ରତିଯୋଗୀଙ୍କୁ ମଞ୍ଚସ୍ଥ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରିଥିଲେ |

ମଞ୍ଚସ୍ଥ ସମସ୍ତ ଅତିଥି ବକୃତା ପ୍ରଦାନ କରିଥିଲେ | ଏହାପରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ପରେ ପରେ କୁମାରୀ ଲୋପାମୁଦ୍ରା ବଣିହା ବାର୍ଷିକ ଆକଳନ ପଠନ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ସିନିଅର ଅଣ୍ଡର ଅଫିସର କୁମାରୀ ପ୍ରିୟଙ୍କା ଆଚାର୍ଯ୍ୟ ସ୍ୱାଗତ ଅତିଥି ଏବଂ ଉପସ୍ଥିତ ସମସ୍ତ ଛାତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.