ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୨/୨୩ ଅନୁଷ୍ଠିତ

0
290
ବ୍ଲକ ସ୍ତରୀୟ ବିଜ୍ଞାନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୨୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୨/୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ସମ୍ମାନୀୟ ଅତିଥି ଭାବେ ଜଗନ୍ନାଥ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଣେଶ ଶବର, ବିଦ୍ୟାଳୟ ର କମିଟି ମେମ୍ବର ମାନସିଂ ଗରଡ଼ିଆ , ବିଦ୍ୟାଳୟ ର କମିଟି ମେମ୍ବର ସୁବସିନୀ ଆଚାରୀ, ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରି ଶବର ମଞ୍ଚାସୀନ ରହିଥିଲେ ।

ଏହି ମେଲାକୁ ମୁଖ୍ୟ ଅତିଥୀ ଅମ୍ବ୍ରିତାଙ୍କ ଦ୍ୱାରା ଉଦଘାଟନ କରିଥିଲେ । ଏଥିରେ ୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୦ ଟି ଉଚ୍ଚ ବିଦ୍ୟାଳୟ ର ମୋଟ ୩୬ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ଅତିଥି ଦ୍ୱୀପ ପ୍ରଯଲନ କରିଥିଲେ । ତାପରେ ବିଦ୍ୟାଳୟ ର ଛାତ୍ରୀ ସଙ୍ଗୀତ ଗାନ କରି ବିଜ୍ଞାନ ମେଳା ରେ ଅତିଥି ଙ୍କ ଅବି ଭାଷଣ ହୋଇ ଥିଲା । ଏହି ମେଲା ର କାର୍ଯ୍ୟକ୍ରମ କୁ ରାମଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଳକ ର ସମସ୍ତେ ସି ଆର ସି ମାନେ ସହଯୋଗ କରିଥିଲେ ।