ଭବିଷ୍ୟ ଇଂରାଜୀ ମାଧ୍ୟମ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
117
ଭବିଷ୍ୟ ଇଂରାଜୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୧/୧୨) : ବିନିକା ସ୍ଥିତ ଭବିଷ୍ୟ ଇଂରାଜୀ ମାଧ୍ୟମ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଭବିଷ୍ୟ ଇଂରାଜୀ ମାଧ୍ୟମ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ । ସ୍କୁଲ ଏକାଡେମୀ ଏଡ଼ଭାଇଜର ଭବାନୀ ଶଙ୍କର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ବରଗଡ଼ ବିକାଶ ରେସିଡେଣ୍ଟସିଏଲ ସ୍କୁଲ ର ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସ୍କୁଲ ର ମ୍ୟାନେଜିଂ ଡାଇରେକ୍ଟର ସୁଧାଂଶୁ ଶେଖର ଦାଶ, ସ୍କୁଲ ଚେୟାରମେନ ସଂଜୀବ ସୁବୁଦ୍ଧି, ଭାଇସ ଚେୟାରମେନ ସଂଜୀବ ପାତ୍ର, ସ୍କୁଲ ଅଧ୍ୟକ୍ଷ ସମ୍ପଦ ଚାନ୍ଦ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ ।

ଆସିଷ୍ଟାଣ୍ଡ ମ୍ୟାନେଜିଂ ଡାଇରେକ୍ଟର ସୁନିଲ କୁମାର ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସ୍କୁଲ ର ଉପାଧ୍ୟକ୍ଷା ସ୍ନିକ୍ତାରାଣୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରେ ବିନିକା ମାଟିର ଗୌରବ ସମ୍ବଲପୁର ର ଜିଏସଟି ଅଧିକାରୀ ମନୀଷା ଅଗ୍ରୱାଲ ଙ୍କୁ ଭବିଷ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସେହିପରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।