ଦୁର୍ଘଟଣାରେ ଆହତ ହୋଇଥିବା ଗୋଟିଏ ପରିବାର ର ୩ଜଣଙ୍କୁ ଉଦ୍ଧାର କଲେ ସୁବର୍ଣ୍ଣପୁର ଏସପି

0
96
ଦୁର୍ଘଟଣାରେ ଆହତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୧/୧୨) : ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆଜି ସୋନପୁର ରୁ ବିନିକା ଥାନା କୁ ଯାଉଥିବା ସମୟରେ ଉଲ୍ଲେ ଛକ ନିକଟରେ ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ଗୋଟିଏ ପରିବାର ର ୩ ଜଣ ଙ୍କୁ ତାଙ୍କ ନିଜ ଅଫିସ ଗାଡି ରେ ନେଇ ବିନିକା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ।

ଦୁର୍ଘଟଣାରେ ଆହତ ମାନେ ହେଳେ ଘାଟକଇଁତରା ଗ୍ରାମ ର ସନତ ଶତପଥି (୩୫), ତାଙ୍କ ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷ ର ଝିଅ । ଘଟଣା ରୁ ପ୍ରକାଶ ଯେ ବାଇକ୍ ରୁ ଆସୁଥିବା ବେଳେ ହମ୍ପସ ରେ ବାଇକ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ସେମାନେ ଆହତ ହୋଇ ପଡି ରହିଥିଲେ । ଠିକ ସେହି ସମୟରେ ଏସପି ଶ୍ରୀ ପଣ୍ଡା ଆସୁଥିବା ବେଳେ ତାଙ୍କୁ ଉଦ୍ଧାର କରି ତୁରନ୍ତ ବିନିକା ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ସୋନପୁର ଜିଲ୍ଲା ପୁଲିସ ବାହିନୀ ମୁଖ୍ୟ ଭାବରେ ମହତ୍ କାର୍ଯ୍ୟ କରିଛନ୍ତି । ଏତତ୍ ବ୍ୟତିତ ମୋଟର ସାଇକେଲରେ ମହିଳା ଓ ଶିଶୁ ଧରି ଯାତ୍ରା କରୁଥିବା ସମୟରେ ସାବଧାନତା ରକ୍ଷା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।