ମୁରିବାହାଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ(୨୬/୧୧): ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

କଲେଜର ଅଧ୍ୟକ୍ଷ ସରୋଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସାମ୍ବାଦିକ ସଂଘ ସଭାପତି ଭଗବାନ ମହାନ୍ତି, ସାଂସଦଙ୍କ ଡିଗ୍ରୀ କଲେଜ ପ୍ରତିନିଧି ନାରାୟଣ ସାହୁ, ଅଧ୍ୟାପକ ଗୁଣସାଗର ମେହେର, ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ସମ୍ବିଧାନ ଦିବସ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ଗୁଣସାଗର ମେହେର, ଘନଶ୍ୟାମ ଖମାରୀ ଓ ଛଂଦାଚରଣ ଖୁଣ୍ଟିଆ ବିଚାରକ ଥିଲେ । ବରିଷ୍ଠ ଅଧ୍ୟାପକ ଦିଲ୍ଳୀପ ପସାୟତ କାର୍ଯ୍ୟକ୍ରମ ସଂଯୋଜନା ଓ ଅଧ୍ୟାପକ ଭୃଙ୍ଗରାଜ ରଣା ଧନ୍ୟବାଦ ଦେଇଥିଲେ । ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.