ଯନ୍ତ୍ରୀ ୩୦ ହାଜର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ

0
158
ଯନ୍ତ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୨) : କାଶୀନଗର ଏନ୍ ଏ ସି ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ ୩୬ ଲକ୍ଷ ବ୍ୟୟରେ କାମ ଚାଲୁ ରହୁଥିବା ଏକ ରାସ୍ତା ସହ କେନାଲ କାମ ର ବିଲ୍ ଅନୁମୋଦନ ନିମନ୍ତେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର DSP ଶରତ କୁମାର ସାହୁ red handରେ ଧରିଥିଲେ ।WhatsApp Image 2022 12 21 at 17.17.31 ଯନ୍ତ୍ରୀ ୩୦ ହାଜର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ

ବିଭାଗ ତରଫରୁ ତାଙ୍କ ନିଜ ବାସଭବନ ଯାହାକି କେନ୍ଦୁଝରର ଜିଲ୍ଲାର ଆନନ୍ଦପୁର ଗ୍ରାମରେ ଅବସ୍ଥିତ ସେଠାରେ ମଧ୍ୟ ଚଢାଉ ଜାରି ରହିଥିବା ସୁଚନା ମିଳିଛି । ଯନ୍ତ୍ରୀ ନରେନ୍ଦ୍ର ସାହୁ କାଶୀନଗର ଠାରେ ରହୁଥିବା ଏକ ଭଡ଼ା ଘରେ ମଧ୍ୟ ଚଢାଉ କରାଯାଇଥିଲା । ସୂଚନା ମୁତାବକ ଯନ୍ତ୍ରୀଙ୍କ ଠାରୁ ଠିକାଦାର କେ.ତେଜେଶ୍ୱର ରାଓ ଦେଇଥିବା ୩୦ ହଜାର ଟଙ୍କା ଓଡ଼ିଶା ଭିଜିଲାନ୍ସ ଦ୍ଵାରା ଜବତ କରି ବ୍ରହ୍ମପୁର ଠାରେ ଥିବା ମୁଖ୍ୟ ଭିଜିଲାନ୍ସ କାର୍ଯ୍ୟଳୟକୁ ଅଧିକ ତଥ୍ୟ ଅନୁସନ୍ଧାନ ପାଇଁ ସେମାନଙ୍କୁ ଧରି ଚାଲିଯାଇଥିଲେ ।