Advertisements
Friday, July 10, 2020
Home headline ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ହାଡକୋର ଅପରାଧୀ ଶିବାକୁ ଏନ୍କାଉଣ୍ଟର ଓ ଗିରଫ

ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ହାଡକୋର ଅପରାଧୀ ଶିବାକୁ ଏନ୍କାଉଣ୍ଟର ଓ ଗିରଫ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ //
ରାୟଗଡ(୨୫/୧୧ /୨୦୧୯): ଏକ ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଓରଫ ହାଡପା ଶିବାକୁ ଏନକାଉଂଟର କରି ଗିରଫ କରିଛି ରାୟଗଡ ପୋଲିସ ।

ଅଭିଯୁକ୍ତ ଶିବା ଓ ପୋଲିସ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଶିବାର ବାମ ଗୋଡରେ ଗୁଳି ବାଜିବାରୁ ଗୁରତର ଅବସ୍ଥାରେ ତାକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ନିମନ୍ତେ ପୋଲିସ କଷ୍ଟଡି ମଧ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକଲକୁ ସ୍ଥାନାନ୍ତର କରାଯାଇଛି ଥିବା ବେଳେ ତା’ଠାରୁ ଗୋଟିଏ ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ.ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ଗତ ୧୯ତାରିଖରେ ସୁବର୍ଣ୍ଣପୁର ଜିଲ୍ଳାର ପଂଚାନନ ପୂଜାରୀଙ୍କ ପୁଅ ବିଭୁତି ପୂଜାରୀ ପୁନାରୁ ବିଶାଖାପାଟଣମ ଫେରି ଆଲିପେ – ଧାନବାଦ ଟ୍ରେନ ଯୋଗେ ଟିଟିଲାଗଡ ଅଭିମୁଖେ ଯାତ୍ରା କରୁଥିବା ବେଳେ ୫ଜଣ ଦୁର୍ବୁତ ନିଜକୁ ପୋଲିସ ପରିଚୟ ଦେଇ ଲାଡ୍ଡା ଷ୍ଟେସନରୁ ବିଭୁତିକୁ ଅପହରଣ କରି ନେଇଥିଲେ । ପରେ ମୁଣ୍ଡ ଜାମିନ ରଖି ୧୦ଲକ୍ଷ ଟଙ୍କା ପରିବାର ବର୍ଗଙ୍କୁ ଦାବି କରିଥିବା ବେଳେ ଏ ନେଇ ବିଭୁତିଙ୍କ ବାପା ପଂଚାନନ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ଘଟଣା ସଂପର୍କରେ ଅବଗତ କରିବା ପରେ ରାୟଗଡ ଥାନାରେ ଏ ନେଇ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରାୟଗଡ ଥାନା କେସ ନମ୍ବର ୪୩୨/୧୯ ୟୁ/ଏସ ୩୦୭/୩୫୩ ଆରଡବ୍ଳ୍ୟୁ ୨୫/୨୭ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଅପହରଣ ଘଟଣାର ୪୮ଘଂଟା ମଧ୍ୟରେ ପୋଲିସ ଘଟଣାରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଶିବା ସମେତ ଆଉ ୫ଜଣ ଫେରାର ରହିଥିଲେ । ତେବେ ରାୟଗଡ ପୋଲିସ ସୋମବାର ଭୋର ସକାଳୁ ରାୟଗଡ ଥାନା ଅନ୍ତର୍ଗତ ସାଙ୍କେଶ ଜଙ୍ଗଲ ଅଂଚଳରେ ଅଭିଯୁକ୍ତ ଶିବା ସମତେ ୪ଜଣ ଲୁଚି ରହିଥିବା ଅନୁସନ୍ଧାନରୁ ଜାଣିବାକୁ ପାଇବା ପରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ତପନ ନାରାୟଣ ରଥଙ୍କ ନେତୃତ୍ୱରେ ଥାନା ଅଧିକାରୀ ନିହାର ରଂଜନ ରଥଙ୍କ ତତ୍ୱାବଧାନରେ ଶିବାକୁ ଗିରଫ କରିବା ପାଇଁ ତଦନ୍ତକାରୀ ଏସ.ଆଇ.ରିଗାନ କିଣ୍ଡୋଙ୍କ ସମେତ ହାବିଲଦାର ଦିଲିପ ହୋତା ଓ ଅନ୍ୟ କର୍ମଚାରୀମାନେ ବାହାରିଥିଲେ । ଘଟଣାସ୍ଥଳରେ ପୋଲିସକୁ ଦେଖି ଅଭିଯୁକ୍ତ ଶିବା ଆତ୍ମସମର୍ପଣ କରିବା ପରିବର୍ତେ ପୋଲିସ ଉପରକୁ ୩ରାଉଣ୍ଡ ଗୁଳି ଫୁଟାଇଥିଲା । ଗୋଟିଏ ଗୁଳି ପୋଲିସ ଗାଡିରେ ବାଜିଥିବା ବେଳେ ଆଉଗୋଟିଏ ଗୁଳି ଏସ.ଆଇ. ରିଗାନ କିଣ୍ଡୋଙ୍କ ବାମ ହାତରେ ବାଜିଥିଲା ବେଳେ ହାବିଲଦାର ଦିଲିପ ହୋତା ମଧ୍ୟ ଆହାତ ହୋଇଥିଲେ । ତେବେ ନିଜର ଆତ୍ମରକ୍ଷା ପାଇଁ ପୋଲିସ ଏସ.ଆଇ. ଶ୍ରୀ କିଣ୍ଡୋ ଗୁଳି ଚାଳନା କରିବାରୁ ଶିବାର ବାମ ଗୋଡରେ ତାହା ବାଜିଥିଲା । ଗୁଳି ବିନିମୟ ବେଳେ ଅଭିଯୁକ୍ତ ଶିବା ସହ ଥିବା ଅନ୍ୟ ୪ଜଣ ଦୁର୍ବୁତମାନେ ଫେରାର ହୋଇଯାଇଥିଲେ ।

ଘଟଣାସ୍ଥଳରେ ଆହାତ ଶିବା ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ତାକୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି କରାଇଥିଲେ ଓ ପରେ ଉଚ୍ଚ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକଲକୁ ପୋଲିସ କଷ୍ଟଡି ମଧ୍ୟରେ ସ୍ଥାନାନ୍ତର କରିଥିଲେ | ତେବେ ସବ ଇନ୍ସପେକ୍ଟର ରିଗାନ କିଣ୍ଡୋଙ୍କ ସାହାସିକତା ଯୋଗୁଁ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଗିରଫ ହୋଇପାରିଛି । ରାୟଗଡ ପୋଲିସକୁ ମିଳିଛି ଏକ ବଡ ସଫଳତା । ଅଭିଯୁକ୍ତ ଶିବା ନାମରେ ପୂର୍ବରୁ ଲୁଟ,ଡକାୟତି, ଚୋରି,ନଜୀବନରେ ମାରିଦେବା ଧମକ, ପୋଲିସ ଉପରକୁ ଆକ୍ରମଣ ଘଟଣା ସହ ବର୍ତମାନ ଅପହରଣ ଘଟଣା ଜଡିତ ହୋଇ ସମୁଦାୟ ୫୧ଟି କେସ ରହିଥିବା ପୋଲିସ ପକ୍ଷରୁ ସୂଚନା ମିିଳିଛି । ଏପରିକି ରାୟଗଡ ସହର ସମେତ ଜିଲ୍ଳାର ବିଭିନ୍ନ ସ୍ଥାନରେ ବହୁ ଧର୍ତବ୍ୟ ଅପରାଧିକ ମାମଲାରେ ଅଭିଯୁକ୍ତ ଶିବା ଜଡିତ ରହିଥିବା ବେଳେ ଅନେକ ସମୟରେ ଗିରଫ ହୋଇ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ନିଜକୁ ପରିବର୍ତନ କରିବା ପରିବର୍ତେ ଅଧିକ ଅପରାଧରେ ସଂପୃକ୍ତି ରହୁଥିବାରୁ ରାୟଗଡ ଜିଲ୍ଳା ପୋଲିସର ମୁଖ୍ୟ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ.ଅଭିଯୁକ୍ତ ଶିବା ନାଁରେ ଜାତୀୟ ସୁରକ୍ଷା ଆଇନ (ନ୍ୟାସନାଲ ସିକ୍ୟୁରିଟି ଆକ୍ଟ) ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଜିଲ୍ଳାପାଳଙ୍କ ସୁପାରିଶ ଲୋଡିଥିବା ବେଳେ ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲ୍ଳାପାଳଙ୍କ କାଶୀପୁର ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା-୯/୭): ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କାଶୀପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।...

ଝରିଗାଁ ରେ ଜନନୀ ଯନ୍ତ୍ରଣା, ଖଟିଆରେ ପ୍ରସବ କଲେ ପ୍ରସୂତୀ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (ତା-୯.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ମlଣ୍ଡlଡଙ୍ଗରି ଗାଁ, ଝରୀଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ...

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୯.୦୭.୨୦୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦିର ନିକଟରେ ଗତ ତା.୦୮.୦୭.୨୦୨୦ ଦିନ ସନ୍ଧ୍ୟା...

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

Recent Comments

%d bloggers like this: