ନଭେମ୍ବର ୨୮ରୁ ରାୟଗଡ଼ ଜିଲ୍ଲା ଯୁବ ମହୋତ୍ସବ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୨୬/୧୧): ଆସନ୍ତା ନଭେମ୍ବର ମାସ ୨୮ଓ ୨୯ ତାରିଖ ଦୁଇଦିନ ଧରି ସ୍ଥାନୀୟ ଲାୟନ୍ସ କ୍ଳବ ଠାରେ ଜିଲ୍ଲା ଯୁବ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୋୖରାଞ୍ଚଳର ଯୁବ ପ୍ରତିଭା ଏହି କାର୍ୟକ୍ରମରେ ଯୋଗ ଦେବା ନିମନ୍ତେ ଆଲୋଚନା କରାଯାଇଥିଲା ।

ଏଥିପାଇଁ ଜିଲ୍ଲାର ସମସ୍ତ ବିଡ଼ିଓଙ୍କୁ ପ୍ରତିଯୋଗୀଙ୍କୁ ଅଂଶ ଗ୍ରହଣ ନିମନ୍ତେ ସମସ୍ତ ସହାୟତା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଜିଲ୍ଲା ସ୍ତରୀୟ ଉତ୍ସବରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଭାଗ ନେବାକୁ ସୁଯୋଗ ଦିଆଯିବ। ଲୋକନୃତ୍ୟ, ଲୋକଗୀତ ,ଏକକ ଅଭିନୟ,ଶାସ୍ତ୍ରୀୟ ସଙ୍ଗୀତ,ଓଡିଶୀ, କୁଚିପୁଡ଼ି,ଭାରତ ନାଟ୍ୟମ, ମଣିପୁରୀ,ହାରମେନିୟମ, ତାବଲା,ମୃଦଙ୍ଗ,ବିଣା,ସୀତାର, ଗୀଟାର,ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର, ହିନ୍ଦୀ ଓଇଂରାଜୀ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଏହି ଅଵସରରେ ଜିଲ୍ଲା କ୍ରୀଡା ଅଧିକାରୀ,ରାୟଗଡ଼ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ସଦର ମହକୁମା ବାହାରରୁ ଆସିଥିବା ପ୍ରତିଯୋଗୀଙ୍କ ଖାଇବା ଓ ଯାତାୟତ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି । ପ୍ରସ୍ତୁତି ବୈଠକ ରେ ପୌରପରିଷଦର ପୁର୍ବତନ ଉପାଧ୍ୟକ୍ଷ ଡ଼. ନିରଂଜନ ବକ୍ସିପାତ୍ର,ଆଇନଜୀବୀ ବ୍ରଜସୁନ୍ଦର ନାୟକ, ଶ୍ରୀ ଗୋପୀନାଥ ସାହୁ, ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ପୌର ପରିଷଦର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଚ୍ଚିଦାନନ୍ଦ ଶତପଥି ଓ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର କର୍ମକର୍ତା ବିଜୁ ଯୁବବାହିନୀର କର୍ମକର୍ତା ଓ ଏନ.ୟାଇ.କେ ର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

This site uses Akismet to reduce spam. Learn how your comment data is processed.